ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଜାନୁଆରି ୧୭ ତାରିଖରେ ନିଜର ଜିସାଟ୍-୩୦ ଉପଗ୍ରହ ପ୍ରେରଣ କରିବାକୁ ଯାଉଛି। ଏହାଫଳରେ ଦେଶର ଇଣ୍ଟରନେଟ୍ ସ୍ପିଡ୍ ଢ଼େର ଗୁଣ ବୃଦ୍ଧି ପାଇବ ବୋଲି କୁହାଯାଇଛି।

ଇସ୍ରୋର ଅଧ୍ୟକ୍ଷ କେ ଶିବନ ଏନେଇ ସୂଚନା ଦେଇଛନ୍ତି। ଏହି ଉପଗ୍ରହର ପ୍ରେରଣ ହେବା ପରେ ଦେଶରେ ଇଣ୍ଟରନେଟ୍ ସ୍ପିଡ୍ ୧୦୦ ଜିବିପିଏସ୍ ହୋଇଯିବ ବୋଲି କୁହାଯାଉଛି। ଏହି ଉପଗ୍ରହର ଓଜନ ୩ ହଜାର ୪୫୦ କିଲୋଗ୍ରାମ ରହିଥିବାବେଳେ ଏହା ମହାକାଶରେ ଇନସାଟ୍-୪ଏ ଉପଗ୍ରହ ସ୍ଥାନରେ କାମ କରିବ ବୋଲି କୁହାଯାଇଛି।

ଏହାପୂର୍ବରୁ ଇସ୍ରୋ ମହାକାଶରେ ଜିସାଟ୍-୧୯, ଜିସାଟ୍-୨୯ ଓ ଜିସାଟ୍-୧୯କୁ ପ୍ରରଣ କରିସାରିଛି। ଏହାପରେ ଇସ୍ରୋ ଏହି ଜିସାଟ୍-୩୦କୁ ପ୍ରରଣ କରିବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here