ଓଡ଼ିଶାଲାଇଭ୍‌ ବ୍ୟୁରୋ

କେଶରେ ତେଲ ମାଲିସ କରିବା ପରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

କେଶକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ସହ ଯତ୍ନ ନେବା ଆବଶ୍ୟକ ହୋଇଥାଏ। କେମିକାଲଯୁକ୍ତ ପ୍ରଡକ୍ଟ ଓ ପ୍ରଦୂଷଣ କାରଣରୁ କେଶ ନଷ୍ଟ ହୋଇଯାଏ। ଅଳ୍ପ ବୟସରେ କେଶ ପାଚିବା, ଝଡ଼ିବା ଓ ରୂପି ଭଳି ସମସ୍ୟା ଦେଖାଦେଇଥାଏ। କେଶରେ ତେଲ ନ ଲଗାଇଲେ ବି କେଶ ଖରାପ ହୋଇଯାଏ। ହେଲେ କେଶରେ ତେଲ ଲଗାଇବା ପରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ହୋଇଥାଏ, ନଚେତ୍‌ କେଶ ନଷ୍ଟ ହେବାର ଆଶଙ୍କା ଅଧିକ ଥାଏ।

କେଶରେ ଧୀରେ ଧୀରେ କରି ତେଲ ମାଲିସ କରିବା ଉଚିତ। କିଛି ଲୋକ କେଶରେ ଏକାଥରରେ ଅଧିକ ତେଲ ଲଗାନ୍ତି। ହେଲେ ଅଧିକ ମାତ୍ରାରେ ତେଲ ଲଗାଇଲେ କେଶକୁ ସାମ୍ପୁ କରିବା ପାଇଁ କଷ୍ଟ ହୋଇଥାଏ। ଏଥିପାଇଁ ଅଳ୍ପ ଅଳ୍ପ କରି ମୁଣ୍ଡରେ ତେଲ ମାଲିସ କରନ୍ତୁ।

ତେଲ ଲଗାଇବା ପରେ କେଶକୁ ଟାଇଟ୍‌ କରି ବାନ୍ଧନ୍ତୁ ନାହିଁ। କେଶକୁ ଯେତେ ଟାଇଟ୍‌ କରି ବାନ୍ଧିବେ, ଏହା ସେତିକି ଛିଣ୍ଡିବ।

ତେଲ ଲଗାଇବା ପରେ କେଶକୁ ଅଧିକ ସମୟ ପାଇଁ ରଖନ୍ତୁ ନାହିଁ। ତେଲ ଲଗାଇବାର ଘଣ୍ଟାଏ ପରେ ସାମ୍ପୁ କରନ୍ତୁ।

ତେଲ ମାଲିସ କରିବା ପରେ ପରେ ମୁଣ୍ଡକୁ କୁଣ୍ଡାନ୍ତୁ ନାହିଁ। କେଶ କୁଣ୍ଡାଇଲେ ମୁଣ୍ଡ ଉପରେ ଅଧିକ ପ୍ରେସର ପଡ଼ିଥାଏ।

କେଶରେ ତେଲ ଲଗାଇବା ପରେ ଅନ୍ୟ କୌଣସି ପ୍ରଡକ୍ଟର ବ୍ୟବହାର କରନ୍ତୁ ନାହିଁ।

Comment