ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ ଶୁକ୍ରବାର ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ତାନାଜୀ ଦ ଅନସଙ୍ଗ୍‌ ଓ୍ୱାରିୟର, ଦୀପିକାଙ୍କ ଅଭିନୀତ ଫିଲ୍ମ ଛପାକ୍‌ ରିଲିଜ ହୋଇଥିଲା। ଦୁଇଟି ଯାକ ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଫିଲ୍ମର କଲେକ୍ସନରୁ ଜଣାପଡ଼ୁଛି ଯେ ଅଜୟଙ୍କ ତାନାଜୀକୁ ଦର୍ଶକ ଅଧିକ ପସନ୍ଦ କରିଛନ୍ତି। ଦୀପିକାଙ୍କ ଛପାକ୍‌ ପଛରେ ପଡ଼ିଯାଇଛି।

ଛପାକ  ରିଲିଜ ହେବାର ପ୍ରଥମ ଦିନରେ ୪.୭୭ କୋଟି, ଦ୍ୱିତୀୟ ଦିନରେ ୬.୯୦ କୋଟି, ତୃତୀୟ ଦିନରେ ୭.୩୫, ଚତୁର୍ଥ ଦିନରେ ୨.୩୫, ସମୁଦାୟ ୨୧.୩୭ କୋଟି ଟଙ୍କା ଆୟ କରିଛି।

ତାନାଜୀ କିନ୍ତୁ ବାଜି ମାରିନେଇଛି। ମାତ୍ର ୪ ଦିନରେ ଜବରଦସ୍ତ କଲେକ୍ସନ କରିଛି ତାନାଜୀ।

ତାନାଜୀ ପ୍ରଥମ ଦିନରେ ୧୫.୧୦୭ କୋଟି, ଦ୍ୱିତୀୟ ଦିନରେ ୨୦.୫୭ କୋଟି, ତୃତୀୟ ଦିନରେ୨୬.୨୬ କୋଟି, ଚତୁର୍ଥ ଦିନରେ ୧୩.୭୫ କୋଟି ସମୁଦାୟ ୭୫.୬୮ କୋଟି ଆୟ କରିଛି।

Comment