ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଜୟ ଦେବଗନଙ୍କ ୧୦୦ତମ ଫିଲ୍ମ ‘ତାନାଜୀ ଦ ଅନସଙ୍ଗ୍‌ ଓ୍ୱାରିୟର’ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି। ଟ୍ରେଡ ଆନାଲିସିଷ୍ଟ ତରଣ ଆଦର୍ଶ  ଏହି ସୂଚନା ଦେଇଛନ୍ତି।

ତାନାଜୀ ପ୍ରଥମ ଦିନରେ ୧୫.୧୦୭ କୋଟି, ଦ୍ୱିତୀୟ ଦିନରେ ୨୦.୫୭ କୋଟି, ତୃତୀୟ ଦିନରେ୨୬.୨୬ କୋଟି, ଚତୁର୍ଥ ଦିନରେ ୧୩.୭୫ କୋଟି ଆୟ କରିଥିଲା।

ଗତ ଶୁକ୍ରବାର ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ତାନାଜୀ ଦ ଅନସଙ୍ଗ୍‌ ଓ୍ୱାରିୟର, ଦୀପିକାଙ୍କ ଅଭିନୀତ ଫିଲ୍ମ ଛପାକ୍‌ ରିଲିଜ ହୋଇଥିଲା। ଦୁଇଟି ଯାକ ଫିଲ୍ମକୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ଫିଲ୍ମର କଲେକ୍ସନରୁ ଜଣାପଡ଼ୁଛି ଯେ ଅଜୟଙ୍କ ତାନାଜୀକୁ ଦର୍ଶକ ଅଧିକ ପସନ୍ଦ କରିଛନ୍ତି।

Comment