ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ଦେଇଛନ୍ତି ଚିଫ୍‌ ଅଫ୍ ଡିଫେନ୍ସ ଷ୍ଟାପ୍‌ ଜେନେରାଲ ବିପିନ ରାଓ୍ୱତ। ଆତଙ୍କବାଦକୁ ଶେଷ କରିବା ପାଇଁ ଆମେରିକା ମଡେଲ ଆପଣାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

୯ /୧୧ ଆକ୍ରମଣ ପରେ ଆମେରିକା ଆତଙ୍କବାଦ ବିରୋଧରେ ଯେଉଁ କଠୋର ନୀତି ଆପଣେଇଥିଲା ସେପରି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ରାଓ୍ୱତ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ରାୟସୀନା ଡାଇଲଗ କାର୍ଯ୍ୟକ୍ରମର ତୃତୀୟ ଦିନରେ ରାଓ୍ୱତ ଏହି କଥା କହିଛନ୍ତି।

୯ /୧୧ରେ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ଆମେରିକାରେ ଆତ୍ମଘାତୀ ଆକ୍ରମଣ କରିଥିଲା। ଏହାପରେ ଆମେରିକାଆତଙ୍କବାଦୀ ସଙ୍ଗଠନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଏମିତିକି ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆମେରିକା ଆଫଗାନିସ୍ଥାନ ଉପରେ ଆକ୍ରମଣ କରିଥିଲା।

ରାଓ୍ୱତ ଆହୁରି ମଧ୍ୟ କହିଛନ୍ତି, ‘‘ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶକୁ ଏକଘରିକିଆ କରିବା ଦରକାର। ଆତଙ୍କବାଦକୁ ସମର୍ଥନ କରି ଛାୟା ଯୁଦ୍ଧ ଚଳାଇଥିବା ଦେଶ ବିରୋଧରେ କଡ଼ା ପଦକ୍ଷେପ ନେବା ଦରକାର।’’

Comment