ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଦିନିକିଆର ପ୍ରଥମ ଇଂନିସ ଶେଷ ହୋଇଛି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୪୦ ରନ୍ କରିଛି। ଫଳରେ ଅଷ୍ଟ୍ରେଲିଆ ଆଗରେ ୩୪୧ ରନ୍ର ଟାର୍ଗେଟ ରହିଛି। ଭାରତ ପକ୍ଷରୁ ଲୋକେଶ ରାହୁଲ ବିସ୍ଫୋରକ ୮୦ କରିଛନ୍ତି।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଭାରତ ପକ୍ଷରୁ ଦୁଇ ଓପନର ଧାଓ୍ଵନ ଓ ରୋହିତ ଶର୍ମା ପାଳି ଆରମ୍ଭ କରିଥିଲେ। ରୋହିତ ୪୨ ରନ୍ କରି ଆଉଟ ହୋଇଯାଇଥିଲା ବେଳେ ଧାଓ୍ଵନ ଓ କୋହଲି ପାଳି ସମ୍ଭାଳିଥିଲେ। ଧାଓ୍ଵନ ୯୬ ରନ୍ କରିଥିଲା ବେଳେ ବିରାଟ ୭୮ ରନ୍ କରିଥିଲେ।
ପରେ ଶ୍ରେୟାସ ଆୟର ଆଉଟ ହେବା ପରେ ଲୋକେଶ ରାହୁଲ ବିସ୍ଫୋରକ ୮୦ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାଡେଜା ୨୦ ରନ୍ ଓ ଆୟର ୭ ରନ୍ କରିଥିଲେ।
ବର୍ତ୍ତମାନ ଏହି ମ୍ୟାଚ ଜିତିବାକୁ ଅଷ୍ଟ୍ରେଲିଆ ଆଗରେ ୩୪୧ ରନ୍ର ଟାର୍ଗେଟ ରହିଛି। ପ୍ରଥମ ଦିନିକିଆ ଦେଖିଲେ ଅଷ୍ଟ୍ରେଲିଆ ଆଗରେ ଏହି ଟାର୍ଗେଟ କମ୍ ପଡ଼ିଲା ପରି ମନେ ହେଉଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆର ଦୁଇ ଓପନର ଫିଞ୍ଚ ଓ ଓ୍ଵାର୍ନର ଏକାକୀ ମ୍ୟାଚ ଜିତାଇଥିଲେ।


















