ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ନିର୍ଗୁଣ୍ଡି ଷ୍ଟେସନରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଛାନଭିନ ଆରମ୍ଭ ହୋଇଛି। ତଦନ୍ତ ପାଇଁ କଟକରେ ରେଲଓ୍ୱେ ନିରାପତ୍ତା କମିଶନର ଏ କେ ରାୟ ପହଞ୍ଚିଛନ୍ତି। କମିଶନରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଦୁର୍ଘଟଣା କେମିତି ହେଲା ଓ କେଉଁ ପରିସ୍ଥିତି ପାଇଁ ହେଲା ତା’ର ତଦନ୍ତ କରୁଛନ୍ତି।
‘‘ରେଳ ବିଭାଗ କର୍ମଚାରୀଙ୍କ ସହ ପ୍ରତ୍ୟକ୍ଷଦର୍ଶୀଙ୍କୁ ବି ପଚରାଉଚରା କରାଯିବ। ସାଧାରଣ ବ୍ୟକ୍ତି ହାଜର ହୋଇ ମତାମତ ଦେଇପାରିବେ। ପ୍ରାୟ ୧ ମାସ ମଧ୍ୟରେ ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରସ୍ତୁତ ହେବ। ତଦନ୍ତ ସାରି ରେଳ ମନ୍ତ୍ରାଳୟଙ୍କୁ ରିପୋର୍ଟ ପ୍ରଦାନ କରାଯିବ।’’, କହିଛନ୍ତି କମିଶନର।
ଏହି ଘଟଣା ପାଇଁ ପୂର୍ବରୁ ୪ ଜଣ ରେଳ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି। ନିର୍ଗୁଣ୍ଡି ଷ୍ଟେସନ ଆସିଷ୍ଟାଣ୍ଟ ମ୍ୟାନେଜର, ମାଲଗାଡ଼ି ଗାର୍ଡ, ଲୋକମାନ୍ୟ ତିଲକ ଏକ୍ସପ୍ରେସର ଡ୍ରାଇଭର, ସହକାରୀ ଡ୍ରାଇଭର ବି ସସ୍ପେଣ୍ଡ ହୋଇଛନ୍ତି।











