ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଥିବା ସୂଚନା ଦେଇଛନ୍ତି ଇଷ୍ଟକୋଷ୍ଟ ରେଲଓ୍ୱେ ମୁଖ୍ୟ ଲୋକ ସଂପର୍କ ଅଧିକାରୀ ଜେପି ମିଶ୍ର। ଏହି ଟିମ୍‌ରେ ରେଲଓ୍ୱେର ବରିଷ୍ଠ ଅଧିକାରୀମାନେ ରହିବେ।

‘‘କୁହୁଡ଼ି ପାଇଁ କି ଅନ୍ୟ କାରଣ ପାଇଁ ଟ୍ରେନଟି ଲାଇନଚ୍ୟୁତ ହୋଇଛି, ତା’ର ତଦନ୍ତ ହେବ’’, କହିଛନ୍ତି ଜେପି ମିଶ୍ର।

ଜେପି ମିଶ୍ରଙ୍କ କହିବା ଅନୁସାରେ ଟ୍ରେନଟି ଯେଉଁ ରୁଟ୍‌ରେ ଆସିଥିଲା ସେହି ରୁଟ୍‌ରେ ଅଟୋମେଟିକ ସିଗନାଲ ସିଷ୍ଟମ ରହିଛି। ଯାହାଦ୍ୱାରା ଗୋଟିଏ ଟ୍ରେନ ପଛରେ ଆଉ ଗୋଟିଏ ଟ୍ରେନ ଯାଇ ପାରିବ। ତେଣୁ ଟ୍ରେନଟି ସ୍ପିଡ ଥିଲା ନା ସିଗନାଲ ସମସ୍ୟା ଯୋଗୁଁ ଦୁର୍ଘଟଣା ହେଲା ତା’ ଉପରେ ତଦନ୍ତ କରାଯିବ।

ଆହତ ଯାତ୍ରୀଙ୍କୁ ରେଲଓ୍ୱେ ପକ୍ଷରୁ ସହାୟତା ଦିଆଯିବ। ଟ୍ରେନରେ ଥିବା ଅନ୍ୟ ଯାତ୍ରୀଙ୍କ ପାଇଁ ୨ଟି ବସ୍‌ ବ୍ୟବସ୍ଥା ହୋଇଛି, ସେମାନଙ୍କୁ ତାଙ୍କ ଠିକଣାସ୍ଥାନକୁ ପଠାଯିବ ବୋଲି ଜେପି ମିଶ୍ର କହିଛନ୍ତି।

Comment