ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ ଦୁର୍ଘଟଣା ପରେ ବଦଳିଲା ୫ଟି ଟ୍ରେନ୍‌ର ଗତିପଥ। ଏହି ୫ଟି ଟ୍ରେନ୍‌ ନିର୍ଗୁଣ୍ଡି-ଟାଙ୍ଗୀ ରୁଟ୍‌ରେ ନ ଆସି ଭାୟା ନରାଜ ଦେଇ ଗତି କରିବେ। ଏହି ଟ୍ରେନ୍‌ଗୁଡ଼ିକ ହେଉଛି ପୁରୀ, ରାଉରକେଲା ପାସେଞ୍ଜର, ଦୁର୍ଗ-ପୁରୀ ଏକ୍ସପ୍ରେସ୍‌, ଧାନବାଦ-ଭୁବନେଶ୍ୱର ରାଜାରାଣୀ ଏକ୍ସପ୍ରେସ୍‌, ତାଳଚେର-ପୁରୀ ମେମୁ ଓ ଭୁବନେଶ୍ଵର-ଏଲଟିଟି ଏକ୍ସପ୍ରେସ୍।

ଆଜି ସକାଳେ ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍‌ (୧୨୮୭୯ ନମ୍ବର) ଲାଇନ୍‌ଚ୍ୟୁତ ହୋଇଥିଲା। ପ୍ରବଳ କୁହୁଡ଼ି ଯୋଗୁଁ କଟକ ନିର୍ଗୁଣ୍ଡି-ଟାଙ୍ଗୀ ନିକଟରେ ଏକ୍ସପ୍ରେସ୍‌ଟି ଏକ ମାଲବାହୀ ଗାଡ଼ି ସହ ଧକ୍କା ହେବା ପରେ ଟ୍ରାକ୍‌ରୁ ତଳକୁ ଖସିଆସିଥିଲା।

ଟ୍ରେନ୍ ଦୁର୍ଘଟଣା ନେଇ ରେଲୱେକୁ କିଛି ଯାତ୍ରୀ ଟୁଇଟ୍‌ କରିବା ପରେ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଅଗ୍ନିଶମ କର୍ମଚାରୀ ଓ ପୋଲିସ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହ ଆହତମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ୫ ଜଣଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି। କୁହୁଡ଼ି ଯୋଗୁଁ ଏକ ମାଲବାହୀ ଟ୍ରେନ୍‌କୁ ପଛ ପଟୁ ଏହି ଟ୍ରେନ୍‌ ଧକ୍କା ଦେଇ ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଟ୍ରେନ୍‌ର ୭ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ଜଣା ପଡ଼ିନାହିଁ। ଏହି ଟ୍ରେନ୍‌ରେ ପାଖାପାଖି ୪୦୦ ପାସେଞ୍ଜର ଥିଲେ।

Comment