ଓଡ଼ିଶାଲାଇଭ୍ ବ୍ୟୁରୋ

ପନ୍ତଙ୍କୁ ବାଏ ବାଏ କହିବ ଟିମ୍ ଇଣ୍ଡିଆ। ପନ୍ତଙ୍କ ସ୍ଥାନରେ ଏବେ କେ ଏଲ୍ ରାହୁଲ୍ ୱିକେଟ୍ କିପିଂ କରିବା ସହ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବେ। ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚରେ ରାହୁଲଙ୍କ ପ୍ରଦର୍ଶନ ଦେଖିବା ପରେ ସୋସିଆଲ୍ ମିଡିଆରେ ପ୍ରଶଂସକମାନେ ଏଭଳି ନାରା ଦେବା ଆରମ୍ଭ କରିଦେଲେଣି।

ଶୁକ୍ରବାର ରାଜକୋଟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯାଇଥିଲା। ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ୩୬ ରନରେ ଜିତିନେଇଛି। ଏହି ମ୍ୟାଚରେ ଆହତ ଜନିତ ସମସ୍ୟା ହେତୁ ନିୟମିତ ୱିକେଟ୍ କିପର ରିଷଭ ପନ୍ତ ବାଦ୍ ପଡ଼ିଥିଲେ। ତାଙ୍କ ସ୍ଥାନରେ କାମଚଳା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ ଏଲ୍ ରାହୁଲ୍ ୱିକେଟ୍ କିପିଂ କରିଥିଲେ, କିନ୍ତୁ ରାହୁଲଙ୍କୁ କିପିଂ ଦେଖି ପ୍ରଶଂସକମାନେ ଏବେ ତାଙ୍କୁ ନିୟମିତ ୱିକେଟ୍ କିପର କରିବାକୁ କହିଛନ୍ତି।ଶୁକ୍ରବାର ମ୍ୟାଚରେ ରାହୁଲ ବ୍ୟାଟିଂରେ ଦମଦାର ଇଂନିସ ଖେଳିବା ସହ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହାତେଇଥିଲେ। ୱିକେଟ୍ କିପିଂରେ ମଧ୍ୟରେ ସେ ଗୋଟିଏ ଷ୍ଟମ୍ପିଂ ସହ ୱିକେଟ୍ ପଛରେ ଦୁଇଟି କ୍ୟାଚ୍ ନେଇଥିଲେ। ତେଣୁ ଜଣେ ଉତ୍ତମ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ରାହୁଲ ଦଳ ପାଇଁ ବରଦାନ ହେବେ ବୋଲି କୁହାଯାଉଛି।

ବର୍ତ୍ତମାନ ରିଷଭ ମଧ୍ୟ ୱିକେଟ୍ କିପର ଭାବେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏପରିକି ବ୍ୟାଟିଂରେ ମଧ୍ୟ ସେଭଳି କିଛି ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି। ଅନ୍ୟ କୌଣସି ୱିକେଟ୍ କିପର ବ୍ୟାଟ୍ସମ୍ୟାନ ନଥିବା ହେତୁ ରିଷଭଙ୍କୁ ବାରମ୍ବାର ଦଳରେ ସୁଯୋଗ ଦିଆଯାଉଛି। ଶୁକ୍ରବାର ମ୍ୟାଚ୍ ପରେ ରାହୁଲଙ୍କୁ ରିଷଭଙ୍କ ସ୍ଥାନ ମିଳିବା ସହ ଦଳର ପାଞ୍ଚ ନମ୍ବର ବ୍ୟାଟିଂ ସ୍ଥାନ ପୂରଣ ହେବ ବୋଲି ଚର୍ଚ୍ଚା ହେଉଛି।

Comment