ଓଡ଼ିଶାଲାଇଭ୍‌ ବ୍ୟୁରୋ

କହୁଡ଼ି ହେଲା କାଳ। ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ଘନ କୁହୁଡ଼ି ଯୋଗୁଁ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଛି। ସମୁଦ୍ର ଉପକୂଳୁ ପ୍ରାୟ ୫୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି।

ଫଳରେ ଦୁଇଟି ଯାକ ଡଙ୍ଗା ଦୁଇ ଫଳ ହୋଇଯାଇଛି। ସୌଭଗ୍ୟବଶତଃ ଦୁଇଟି ଡଙ୍ଗାରେ ଥିବା ୧୮ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି।

ରବିବାର ଭୋର୍ ପ୍ରାୟ ୫ଟା ବେଳେ ଏକ ଡଙ୍ଗା ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଉଥିଲା। ଆଉ ଏକ ଡଙ୍ଗା ସମୁଦ୍ରରୁ କୂଳକୁ ଫେରୁଥିଲା। ହେଲେ ଘନ କୁହୁଡି ଯୋଗୁଁ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲେ।

LEAVE A REPLY

Please enter your comment!
Please enter your name here