ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଶେଷ ଦିନିକିଆ। ଏହି ମ୍ୟାଚ ବେଙ୍ଗାଳୁରୁର ଏମ୍‌ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଏହି ମ୍ୟାଚ ଯେଉଁ ଦଳ ଜିତିବ ସେ ସିରିଜରେ ମଧ୍ୟ ବିଜୟ ହାସଲ କରିବ। କାରଣ ୩ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ପୂର୍ବରୁ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି। ଏହି ମ୍ୟାଚ ନିର୍ଣ୍ଣାୟକ ହେବ।

ଏହି ସିରିଜର ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ ସହଜରେ ଜିତି ନେଇଥିଲା। ଭାରତ ଏହି ମ୍ୟାଚରେ ୨୫୫ ରନ୍‌ରେ ଅଲଆଉଟ ହୋଇଯାଇଥିବା ବେଳେ ଅଷ୍ଟ୍ରେଲିଆର ଦୁଇ ଓପନର ଏହି ବିଜୟ ଲକ୍ଷ୍ୟକୁ ସହଜରେ ପୂରଣ କରି ଦେଇଥିଲେ।

ହେଲେ ଦ୍ଵିତୀୟ ଦିନିକିଆରେ ଭାରତ ମ୍ୟାଚ ଜିତି ଅଷ୍ଟ୍ରେଲିଆଠୁ ବଦଲା ନେଇଥିଲା। ଭାରତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୩୪୦ ରନ କରିଥିଲା। ହେଲେ ଅଷ୍ଟ୍ରେଲିଆ ୩୦୪ ରନ କରି ଅଲଆଉଟ ହୋଇଯାଇଥିଲେ। ଫଳରେ ଭାରତ ଏହି ମ୍ୟାଚକୁ ଜିତି ନେଇଥିଲା।

ବର୍ତ୍ତମାନ ଉଭୟ ଦଳଙ୍କ ପାଇଁ ଏହି ମ୍ୟାଚ ନିର୍ଣ୍ଣାୟକ ହେବ। ଭାରତ ପକ୍ଷରୁ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍‌ ରାହୁଲ କି ପ୍ଲେୟାର ସାବ୍ୟସ୍ତ ହେବେ। ସେହିପରି ଅଷ୍ଟ୍ରେଲିଆ ଦଳ ମଧ୍ୟ ବେଶ ଭଲ ଫର୍ମରେ ରହିଛି। ତେଣୁ ଏହି ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିପାରେ।

Comment