ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନଲୋଜି ଖଡ଼ଗପୁରରେ ୮ଟି  ଅଣଶିକ୍ଷକ ପଦବୀରେ ସମୁଦାୟ ୮୮ ଜଣଙ୍କୁ ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ଫେବ୍ରୁଆରି ୨୪ ତାରିଖ ସୁଦ୍ଧା ଅନଲାଇନ୍ ଏବଂ ୨୮ ତାରିଖ ସୁଦ୍ଧା ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ।

ପଦବୀ

ଜୁନିୟର୍ ଟେକ୍‌ନିକାଲ୍ ସୁପରିଟେଣ୍ଡେଣ୍ଟ୍ – ୬

  • ସାଧାରଣବର୍ଗ – ୧
  • ଏସସି – ୧
  • ଏସଟି – ୧
  • ଓବିସି – ୨
  • ଭିନ୍ନକ୍ଷମ – ୧

ଜୁନିୟର୍ ଏକଜିକ୍ୟୁଟିଭ୍ – ୨୨

  • ସାଧାରଣବର୍ଗ – ୬
  • ଏସସି – ୩
  • ଏସଟି – ୩
  • ଓବିସି – ୭
  • ଆର୍ଥିକ ଅନଗ୍ରସର ଶ୍ରେଣୀ – ୨
  • ଭିନ୍ନକ୍ଷମ – ୧

ଜୁନିୟର୍ ଆକାଉଣ୍ଟ୍‌ସ ଅଫିସର – ୧

  • ଓବିସି – ୧

ମେଡିକାଲ୍ ଲାବୋରାଟୋରୀ ଟେକ୍‌ନିସିଆନ୍ – ୨

  • ସାଧାରଣବର୍ଗ – ୨

ସିନିଅର୍ ଲାଇବ୍ରେରୀ ଇନଫରମେସନ୍ ଆସିଷ୍ଟାଣ୍ଟ – ୨

  • ସାଧାରଣବର୍ଗ – ୧
  • ଓବିସି – ୧

ଫିଜିକାଲ୍ ଟ୍ରେନିଂ ଇନଷ୍ଟ୍ରକଟର୍ – ୫

  • ସାଧାରଣବର୍ଗ – ୨
  • ଏସସି – ୧
  • ଓବିସି – ୨

ଜୁନିୟର୍ ଟେକ୍ନିସିଆନ୍/ଜୁନିୟର୍ ଲାବୋରେଟୋରୀ ଆସିଟାଣ୍ଟ୍ – ୪୯

  • ସାଧାରଣବର୍ଗ – ୨୪
  • ଏସସି – ୬
  • ଏସଟି – ୩
  • ଓବିସି – ୯

ଆର୍ଥୀକ ଅନଗ୍ରସର ଶ୍ରେଣୀ – ୫

  • ଭିନ୍ନକ୍ଷମ – ୨

ଡ୍ରାଇଭର୍ ଗ୍ରେଡ୍ ଟୁ – ୧

  • ଓବିସି – ୧

ଶିକ୍ଷାଗତ ଯୋଗ୍ୟତା

ଜୁନିୟର୍ ଟେକ୍ନିକାଲ୍ ସୁପରିଟେଣ୍ଡେଣ୍ଟ୍ – ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବେ/ବି.ଏସସି କିମ୍ଵା ସମସାମୟିକ ଅନ୍ୟ କୌଣସି ଡିଗ୍ରୀ କରିଥିବେ। କମ୍ପ୍ୟୁଟର ଜ୍ଞାନ ସହିତ ଇଲୋକଟ୍ରୋନିକ୍ ଯନ୍ତ୍ରାଂଶ ମରାମତି, ରକ୍ଷଣାବେକ୍ଷଣ ଆଦି ଅଭିଜ୍ଞତା ଥିବ।

ଜୁନିୟର୍ ଏକ୍‌ଜିକ୍ୟୁଟିଭ୍ – ଯେକୌଣସି ବିଷୟରେ ସ୍ନାତକ କରିଥିବେ। ତିନି ବର୍ଷର ଅଭିଜ୍ଞତା ଥିବ। ଏମ.ଏସ, ଓ୍ଵାର୍ଡ ଆଦି କମ୍ପ୍ୟୁଟର ଜ୍ଞାନ ଥିବ। ଲେଖାଲେଖି ତଥା ଡ୍ରାଫ୍ଟିଂ ଆଦି କାମ ସଂପର୍କିତ ଜ୍ଞାନ ଥିବ।

ଜୁନିୟର୍ ଆକାଉଣ୍ଟ୍‌ସ ଅଫିସର – ବାଣିଜ୍ୟରେ ସ୍ନାତକ କିମ୍ଵା ଫିନାନ୍ସରେ ବି.ବି.ଏ କରିଥିବେ କିମ୍ଵା ଫିନାନ୍ସରେ ଏମବିଏ କରିଥିବେ। ୩ ବର୍ଷର ଅଭିଜ୍ଞତା ଥିବ।

ମେଡିକାଲ୍ ଲାବୋରେଟୋରୀ ଟେକ୍‌ନିସିଆନ୍ – କୌଣସି ସ୍ଵୀକୃତପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ କରିଥିବେ। ମେଡ଼ିକାଲ୍ ଲାବୋରାଟୋରୀ ଟେକ୍ନୋଲୋଜିରେ ଡିପ୍ଲୋମା କିମ୍ଵା ସ୍ନାତକ କରିଥିବେ କିମ୍ଵା ରେଡ଼ିଓଗ୍ରାଫିରେ ଡିପ୍ଲୋମା କିମ୍ଵା ଫିଜିଓଥେରାପିରେ ସ୍ନାତକ କରିଥିବେ। କୌଣସି ଚିକିତ୍ସାଳୟ କିମ୍ଵା ଡାଇଗ୍ନୋଷ୍ଟିକ କେନ୍ଦ୍ରରେ ୩ ବର୍ଷର ଅଭିଜ୍ଞତା ଥିବ।

ସିନିଅର୍ ଲାଇବ୍ରେରୀ ଇନଫରମେସନ୍ ଆସିଷ୍ଟାଣ୍ଟ – ଲାଇବ୍ରେରୀ ସାଇନ୍ସ କିମ୍ଵା ଲାଇବ୍ରେରୀ ଆଣ୍ଡ ଇନଫରମେସନ୍ ସାଇନ୍ସ କିମ୍ଵା ସଂପର୍କିତ ବିଷୟରେ ସ୍ନାତକ କରିଥିବେ। କୌଣସି ଲାଇବ୍ରେରୀରେ ୩ ବର୍ଷର ଅଭିଜ୍ଞତା ଥିବ।

ଫିଜିକାଲ୍ ଟ୍ରେନିଂ ଇନଷ୍ଟ୍ରକଟର୍ – ଶାରୀରିକ ଶିକ୍ଷାରେ ସ୍ନାତକ କରିଥିବେ। କ୍ରୀଡ଼ା, ସନ୍ତରଣ, ଜିମ୍‌ନାସିୟମ୍, ବ୍ୟାଡ୍‌ମିଣ୍ଟନ୍, ଟେନିସ, ଭାରୋତ୍ତଳନ, ଆଥଲେଟିକ୍ସ ଆଦିରେ ବିଶ୍ଵବିଦ୍ୟାଳୟ, ରାଜ୍ୟ କିମ୍ଵା ଜାତୀୟସ୍ତରୀୟ ପ୍ରତିଯୋଗିତାଗୁଡ଼ିକରେ ୩ ବର୍ଷର ଅଭିଜ୍ଞତା ଥିବ।

ଜୁନିୟର୍ ଟେକ୍‌ନିସିଆନ୍/ଜୁନିଅର୍ ଲାବୋରାଟୋରୀ ଆସିଟାଣ୍ଟ୍ – ବିଜ୍ଞାନ କିମ୍ଵା ସମସାୟିକ ପାଠ୍ୟକ୍ରମରେ ସ୍ନାତକ କରିଥିବେ କିମ୍ଵା ଏହି ସଂପର୍କିତ ବିଷୟରେ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। କମ୍ପ୍ୟୁଟର ଜ୍ଞାନ ଥିବ। ଓ୍ଵାୟାରମ୍ୟାନ୍ ଲାଇସେନ୍ସ ଥିବ।

ଡ୍ରାଇଭର୍ ଗ୍ରେଡ୍ ଟୁ – ଦଶମ ପାସ କରିଥିବେ। ଉଭୟ ହାଲୁକା ଓ ଭାରୀଯାନ ଚଲାଇବା ପାଇଁ ଲାଇସେନ୍ସ ଥିବ। ଗାଡ଼ିଚାଳନା ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ୩ ବର୍ଷର ଅଭିଜ୍ଞତା ଥିବ।

ବୟସସୀମା

ଜୁନିୟର୍ ଟେକ୍‌ନିସିଆନ୍/ଜୁନିୟର୍ ଲାବୋରେଟୋରୀ ଆସିଟାଣ୍ଟ୍ ଓ ଡ୍ରାଇଭର୍ ଗ୍ରେଡ୍ ଟୁ ପଦବୀ ପାଇଁ ୧୮ରୁ ୨୫ ବର୍ଷ। ଅନ୍ୟ ସମସ୍ତ ପଦବୀ ପାଇଁ ସର୍ବାଧିକ ୩୦ ବର୍ଷ।

ଦରମା

ଜୁନିୟର୍ ଟେକ୍‌ନିସିଆନ୍/ଜୁନିୟର୍ ଲାବୋରେଟୋରୀ ଆସିଟାଣ୍ଟ୍ ଓ ଡ୍ରାଇଭର୍ ଗ୍ରେଡ୍ ଟୁ ପଦବୀ ପାଇଁ ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା।

ଅନ୍ୟ ପଦବୀଗୁଡିକ ପାଇଁ ୩୫,୪୦୦ ଟଙ୍କାରୁ ୧,୧୨,୪୦୦ ଟଙ୍କା।

କିପରି କରିବେ ଆବେଦନ?

iitkgp.ac.inରେ ଲଗଇନ କରି ଆଗ୍ରହୀ ପ୍ରାର୍ଥୀ ସବିଶେଷ ତଥ୍ୟ ପାଇବା ସହିତ ଫେବ୍ରୁଆରି ମାସ ୨୪ ତାରିଖ ସୁଦ୍ଧା ଅନଲାଇନ୍ ଆବେଦନ କରିପାରିବେ।

ଅଫଲାଇନ୍ ଆବେଦନ କରିବାରୁ ଚାହୁଁଥିବା ପ୍ରାର୍ଥୀ ଫେବ୍ରୁଆରୀ ମାସ ୨୮ ତାରିଖ ସୁଦ୍ଧା “Assistant Registrar (E-III), Indian Institute of Technology Kharagpur – 721302. West Bengal, India” ଠିକଣାରେ ନିଜର ଆବେଦନପତ୍ର ପଠାଇପାରିବେ।

Comment