ଓଡ଼ିଶାଲାଇଭ ବ୍ୟୁରୋ

କିଟ୍ ବିଶ୍ଵବିଦ୍ୟାଳୟକୁ ମିଳିଲା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ ମାନ୍ୟତା। କେନ୍ଦ୍ର ମାନବ ସମ୍ଵଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଦେଶର ଶ୍ରେଷ୍ଠ ୫ଟି ସରକାରୀ ବିଶ୍ଵବିଦ୍ୟାଳୟ ଓ ୭ଟି ପ୍ରମୁଖ ଘରୋଇ ବିଶ୍ଵବିଦ୍ୟାଳୟକୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ ମାନ୍ୟତା ପ୍ରଦାନ କରାଯାଇଛି। ଓଡ଼ିଶାରୁ ଏକମାତ୍ର ବିଶ୍ଵବିଦ୍ୟାଳୟ ଭାବେ କିଟ୍‌କୁ ଏହି ମାନ୍ୟତା ମିଳିଛି।

ଦେଶର ଅନ୍ୟ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ଆଇଆଇଟି ମାଡ୍ରାସ, ଆଇଆଇଟି ଖଡ଼ଗପୁର, ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟ, ଦିଲ୍ଲୀ ବିଶ୍ଵବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ, ଯାଦବ ବିଶ୍ଵବିଦ୍ୟାଳୟ, ଆନ୍ନା ବିଶ୍ଵବିଦ୍ୟାଳୟଗୁଡ଼ିକୁ ଏହି ମାନ୍ୟତା ମିଳିଛି।

ସେହିପରି ଘରୋଇ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ଓଡ଼ିଶାରୁ କେବଳ କିଟ୍ ବିଶ୍ଵବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି। ଏଭଳି ଗୋଟେ ସମ୍ମାନଜନକ ମାନ୍ୟତା ପାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା। ଏନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଲିଯାଇଛି।

ଦେଶର ଅନ୍ୟ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଅମ୍ରିତ ବିଶ୍ଵବିଦ୍ୟାପିଠମ୍, ଭିଆଇଟି ଭେଲୋର, ଜମିଆ ହାମଦାର୍ଦ, ଓପି ଜିନ୍ଦଲ ବିଶ୍ଵବିଦ୍ୟାଳୟ, ଶିବ ନଦାର ବିଶ୍ଵବିଦ୍ୟାଳୟ ମାନ୍ୟତା ହାସଲ କରିଛି।

Comment