ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ରାଜରାସ୍ତାରେ ପୁଣି ଫସିଲା ଆମ୍ଵୁଲାନ୍ସ। ଏମ୍‌ସରୁ କଟକ ସ୍ଥାନାନ୍ତର ବେଳେ ଖଣ୍ଡଗିରି ଛକରେ ଫସିଥିଲା ଆମ୍ଵୁଲାନ୍ସ। ଆମ୍ଵୁଲାନ୍ସରେ ଜଣେ ଗୁରୁତର ରୋଗୀ ରହିଥିବା ଜଣାପଡ଼ିଥିଲା। ପ୍ରବଳ ଭିଡ଼ ଯୋଗୁଁ ଅନେକ ସମୟ ଧରି ଫସି ରହିଥିଲା ଆମ୍ଵୁଲାନ୍ସ।

ଆଜି ଦିନରେ ଭୁବନେଶ୍ଵରରେ ଆମ୍ଵୁଲାନ୍ସ ଭିଡ଼ରେ ଫସି ରହିବା ଯୋଗୁଁ। ଗୋଟିଏ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଥିଲା। ୧୦ କିଲୋମିଟର ରାସ୍ତାକୁ ଘଣ୍ଟାଏ ଲାଗିବାରୁ ପିଲାଟିର ଜୀବନ ଚାଲିଯାଇଥିଲା।

ନୀରୋଦ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ଅସୁସ୍ଥ ପୁଅକୁ କ୍ୟାପିଟାଲ ହସ୍ପିଟାଲରୁ ଆମ୍ବୁଲାନ୍ସରେ ନେଇ ପଟିଆ ଆଡ଼କୁ ଆସୁଥିଲେ। ହେଲେ ବାଟରେ ଥିବା ଟ୍ରାଫିକମାନଙ୍କରେ ତାଙ୍କୁ ବାଟ ଛଡ଼ା ଯାଇନଥିଲା। ଏହା ଫଳରେ ରାଜଭବନରରୁ ପଟିଆ ଯିବାକୁ ତାଙ୍କୁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା, ଫଳରେ ଠିକ୍ ସମୟରେ ଚିକିତ୍ସା ଅଭାବରୁ ଶିଶୁଟି ମୃତ୍ୟୁବରଣ କରିଥିଲା।

LEAVE A REPLY

Please enter your comment!
Please enter your name here