ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ଦିପହରରେ ଭୁବନେଶ୍ଵରରେ ଛାତ୍ରୀଙ୍କୁ ଗୁଳିମାଡ଼। ଇନଫୋସିଟି ଅଞ୍ଚଳରେ ଦୁଇଜଣ ଦୁର୍ବୃତ୍ତ ଛାତ୍ରୀଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଏଥିରେ ଛାତ୍ରୀଙ୍କ ଦୁଇ ଜଙ୍ଘରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଛାତ୍ରୀ ଜଣକ ହେଉଛନ୍ତି ବାଲେଶ୍ଵରର ସୋନାଲି ଦାସ। ସେ ଭୁବନେଶ୍ଵରରେ ରହି ଫ୍ୟାସନ ଡିଜାଇନିଂ ପଢୁଥିବା ସୂଚନା ମିଳିଛି। ଗୁଳିକାଣ୍ଡ ବେଳେ ଛାତ୍ରୀ ଜଣକ ତାଙ୍କ ପୁରଷ ବନ୍ଧୁଙ୍କ ସହ ଛିଡ଼ା ହୋଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଯାଏଁ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପ୍ରେମ ଜନିତ କାରଣରୁ ଗୁଳିକାଣ୍ଡ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି।

Comment