ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ରାଜଧାନୀ ଭୁବନେଶ୍ଵରରେ ଥିବା ସମସ୍ତ ସରକାରୀ ସ୍କୁଲରେ ଦୁଇଥର ପ୍ରାର୍ଥନା କରାଯିବ। ଭୁବନେଶ୍ଵରରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ପିଲାଙ୍କୁ ଶୃଙ୍ଖଳିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ପୂର୍ବରୁ ସକାଳ ୧୦ଟାରେ ସ୍କୁଲରେ ପ୍ରାର୍ଥନା ହେଉଥିଲା। ଗୁରୁବାରଠୁ ଅପରାହ୍‌ଣ ୪ଟା ସ୍କୁଲ ଛୁଟି ସମୟରେ ବି ପ୍ରାର୍ଥନା କରାଯିବ। ଏହା ପ୍ରାଥମିକ ଭାବେ ଭୁବନେଶ୍ଵରରେ ଲାଗୁ କରାଯିବ। ପରେ ସଫଳତା ମିଳିବା ପରେ ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ କରାଯିବ।

ସ୍କୁଲ ଛୁଟି ହେବା ପରେ ଛାତ୍ରଛାତ୍ରୀମାନେ ଦୌଡ଼ାଦୌଡ଼ି ହୋଇ ସ୍କୁଲ ବାହରକୁ ପଳାଉଛନ୍ତି। ଯାହା ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟିଥାଏ। ଏପରି କରିବା ଦ୍ଵାରା ଛାତ୍ରଛାତ୍ରୀ ଶୃଙ୍ଖଳିତ ଭାବେ ସ୍କୁଲରୁ ବାହାରି ରାସ୍ତା ପାର୍‌ ହେବେ।

LEAVE A REPLY

Please enter your comment!
Please enter your name here