ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵର ଇନଫୋସିଟି ଅଞ୍ଚଳରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣାରେ ଆଉଜଣେ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ପ୍ରଦୀପ ଅଗସ୍ତି(ଟୁକ)। ପ୍ରଦୀପ ବିବାହିତ। ଗୁଳିମାଡ଼ ବେଳେ ପ୍ରଦୀପ ମଧ୍ୟ ରୁମ୍‌ରେ ଉପସ୍ଥିତ ଥିଲେ। ବର୍ତ୍ତମାନ ଏହି ଘଟଣାରେ ଯୁବତୀଙ୍କ ପରିବାର ଲୋକ ହତ୍ୟା ଉଦ୍ୟମ ଅଭିଯୋଗ କରିଛନ୍ତି।

ଯୁବତୀଙ୍କ ବାପା କହିଛନ୍ତି ଯେ, ପ୍ରଦୀପ ମୋ ଝିଅକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା। ସେ ଆଶିଷ ଜରିଆରେ ଆମ ଝିଅକୁ ମାରି ଦେବାକୁ ସୁପାରି ଦେଇଛି। ଏଥିରେ ପ୍ରଦୀପ ସ୍ତ୍ରୀର ମଧ୍ୟ ହାତ ରହିଛି। ମୋ ଝିଅ ସୋନାଲି ପ୍ରଦୀପ ସହ ପୂର୍ବରୁ ପରିଚିତ। ସୋନାଲି ପ୍ରଦୀପକୁ ବିରୋଧ କରୁଥିବାରୁ ପ୍ରଦୀପ ଏପରି କରିଛି।

ବର୍ତ୍ତମାନ ଯାଏଁ ପରିବାର ଅଭିଯୋଗର ଘଟଣା ସହ ପୋଲିସ ଲିଙ୍କ ପାଉନାହିଁ। ଅନ୍ୟପକ୍ଷରେ ଆଶିଷ ବନ୍ଦୁକ ଦେଖାଉଥିବା ବେଳେ ଗୁଳି ଫୁଟିଛି ବୋଲି ପୋଲିସ କହୁଛି। ଘଟଣାରେ ବ୍ୟବହାର ହୋଇଥିବା ବନ୍ଧୁକର ପୋଲିସ ଏଯାଏଁ ପତ୍ତା ପାଇନାହିଁ।

ଗତ ୧୦ ତାରିଖରେ ଇନଫୋସିଟି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗୁଳିମାଡ ହୋଇଥିଲା। ପୁରୁଷ ବନ୍ଧୁ ସହ ବନ୍ଧୁକରେ ଖେଳୁଥିବା ବେଳେ ହଠାତ ଗୁଳି ଫୁଟିବା କାରଣରୁ ଯୁବତୀ ଜଣକ ଆହତ ହୋଇଥିଲା। ଦୋଷକୁ ଲୁଚାଇବାକୁ ଯାଇ ଅନ୍ୟ ଦୁଇ ଜଣ ଦୁର୍ବୃତ୍ତ ଗୁଳି ଫୁଟାଇ ଫେରାର ହୋଇଯାଇଥିବା ନାଟକ ରଚିଥିଲା ଆଶିଷ।

ଜେରା ପରେ ସମସ୍ତ ସତ୍ୟ ସାମ୍ନାକୁ ଆସିଥିଲା। ଆଶିଷ ନାଁରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଛି। ନୟାପଲ୍ଲୀ ବୋମା ବିସ୍ପୋରଣରେ ମଧ୍ୟ ଆଶିଷ ଗିରଫ ହୋଇଥିଲା। ବର୍ତ୍ତମାନ ପରିବାର ଲୋକଙ୍କ ଏଭଳି ସାଘାଂତିକ ଅଭିଯୋଗ ଏହି ଘଟଣାକୁ ଆହୁରି ସସ୍‌ପେନ୍ସ କରିଦେଇଛି।

LEAVE A REPLY

Please enter your comment!
Please enter your name here