ଓଡ଼ିଶାଲାଇଭ୍ ବ୍ୟୁରୋ

ଦାଦାବଟି ମାଗିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କଲା କମିସନରେଟ ପୋଲିସ। ସରକାରୀ ପ୍ଲଟରେ ଘର ତିଆରି ପାଇଁ ବଟି ନେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶନିବାର କମିସନରେଟ ପୋଲିସର ଆଣ୍ଟି ଏକ୍ସର୍ଟସନ୍ ଉଇଙ୍ଗ୍ ତାଙ୍କୁ ଉଠାଇନେଇ କ୍ୟାପିଟାଲ ଥାନାରେ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି।

ଗତକାଲି ଟୁଇନ୍‌ ସିଟିରେ ଦାଦାବଟି ଜୁଲମ ବିରୋଧରେ କମିସନରେଟ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଆଣ୍ଟି ଏକ୍ସର୍ଟସନ୍ ଉଇଙ୍ଗ୍ ଗଠନ କରିଥିଲେ। ଦାଦାବଟି ଆଦାୟ କରୁଥିବା କାହାକୁ ବି ଛଡ଼ାଯିବନି ବୋଲି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କହିଥିଲା। ଏହି ଉଇଙ୍ଗ ଗଠନ କରାଯିବାର ଦିନକ ପରେ ଆଜି ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଠାରୁ ଦାଦାବଟି ଦମନର ଅଭିଯାନ ଆରମ୍ଭ କରିଛି ପୋଲିସ।

ବହୁଚର୍ଚ୍ଚିତ ବିରଞ୍ଚି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିଲା ରାଜା। ଏହାପରେ ସୁପ୍ରିମକୋର୍ଟରୁ ଜାମିନ ପାଇ ନିଜର ଅପରାଧିକ କାର୍ଯ୍ୟକଳାପରେ ପୁଣି ଲିପ୍ତ ହୋଇପଡ଼ିଥିଲା କୁଖ୍ୟାତ ଅପରାଧୀ ରାଜା ଆଚାର୍ଯ୍ୟ। ତେବେ ସରକାରୀ ଜମିରେ ଘର ତିଆରିକୁ ନେଇ ଜଣଙ୍କଠାରୁ ପ୍ରତିମାସରେ ୨୦ ହଜାର ବଟି ଆଦାୟ କରିବା ଅଭିଯୋଗରେ ଶନିବାର ତାକୁ କମିସନରେଟ ପୋଲିସ ଗିରଫ କରିଛି।

Comment