ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ତମ୍ପରା ବିନ୍ଧୁଣି ଛକନିକଟରୁ ଦୁଇଟି କଲରାପତରିଆ ବାଘଛାଲ ସହ ଦୁଇ ଜଣଙ୍କୁ ଗିରଫ କରିଛି ସ୍ପେସାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍)। ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ବିଜାପୁର ଗ୍ରାମର ବିକ୍ରମ ମାଝି ଏବଂ ରାଜା ମାଝି।

ବିକ୍ରମ ଏବଂ ରାଜାଙ୍କ ନିକଟରେ ଦୁଇଟି କଲରାପତରିଆ ବାଘଛାଲ ଥିବା ସୂଚନା ପାଇ ଏସ୍‌ଟିଏଫ୍ ଚଢ଼ଉ କରି ସେମାନଙ୍କଠାରୁ ଦୁଇଟି ଛାଲ ଜବତ କରିଥିଲା। ଜବତ କଲରାପତରିଆ ବାଘଛାଲକୁ ପରୀକ୍ଷଣ ପାଇଁ ଡେରାଡୁନ ପଠାଯିବ ବୋଲି କହିଛନ୍ତି ଏସଟିଏଫ୍ ଅଧିକାରୀ।

ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଧାରରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ରାୟଗଡ଼ା ଏସଡିଜେଏମ କୋର୍ଟରେ ହଜାର କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

Tags: #Rayagada #LeopardSkin #Arrest #STF

LEAVE A REPLY

Please enter your comment!
Please enter your name here