ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ସହରାଞ୍ଚଳ ଓ ଗ୍ରାମାଞ୍ଚଳର କିଛି ସ୍ଥାନରେ ମଙ୍ଗଳବାର ବିଦ୍ୟୁତ ସେବା ବନ୍ଦ ରହିବ। ବିଦ୍ୟୁତ ଜନିତ ମରାମତି କାମ ପାଇଁ ଏହି ପାଓ୍ଵାର କଟ୍‌ କରାଯିବ। ଏନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ସେସୁର ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ୯ଟାରୁ ୧୧ଟା ଯାଏଁ ଭୁବନେଶ୍ୱର ସହରାଞ୍ଚଳର ଗୁଞ୍ଜନ ପାଲେସ ଅଞ୍ଚଳ, କୋର୍ଟ ପାଖରେ ଥିବା ଆହାର କେନ୍ଦ୍ର ପଛ ପଟ ଅଞ୍ଚଳ, ଗୌତମ ନଗର, ରଥ ରୋଡ୍‌, ବିବେକାନନ୍ଦ ନଗର ଅଞ୍ଚଳର ବିଦ୍ୟୁତ ସେବା ବନ୍ଦ ରହିବ।

ସେହିପରି ଦିନ ୧୦ଟାରୁ ୨ଟା ଯାଏଁ ସହରାଞ୍ଚଳର କେଦାର ଲେନ୍‌, ମହତାବ ରୋଡ୍‌, ହାଟ ସାହି, ତାରା ସୁନ୍ଦରୀ ରୋଡ୍‌, ଆନି ହାଉସ୍‌ ଛକ, ଗୋପିନାଥପୁର, ଧଉଳି ରୋଡ୍‌, କଲ୍ୟାଣପୁର, ଇତିପୁର, ଉତ୍ତରା, କେଇସି ଅଞ୍ଚଳରେ ପାଓ୍ଵାର କଟ୍‌ ହେବ।

ଭୁବନେଶ୍ଵର ଗ୍ରାମାଞ୍ଚଳର ତ୍ରିନାଥ ବଜାର, ମହିଧରପଡ଼ା, ଡିପିଏସ୍‌, ସାତୋଲ, ନଗରୀ ଓ ତିରନପଡ଼ାରେ ମଧ୍ୟ ସକାଳ ୯ଟାରୁ ଦିନ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

Comment