ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାୟାନଗରୀ ମୁମ୍ବାଇରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଗ୍ରୀଡ୍ ଫେଲ୍‌ ଯୋଗୁଁ ମୁମ୍ବାଇର ଅନେକ ଅଞ୍ଚଳ ତଥା ଗୋରେଗାଓଁ, ଅନ୍ଧେରୀ, ସାୟାନ୍, ପ୍ରଭାଦେବୀ ଏବଂ ଥାନେରେ ବିଦ୍ୟୁତ୍ ସେବା ବନ୍ଦ ରହିଛି। ସୂଚନାନୁସାରେ ମୁମ୍ବାଇର ୫୦ରୁ ୬୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି।

ହଠାତ୍ ବିଦ୍ୟୁତ୍ ବନ୍ଦ ହେବା ମୁମ୍ବାଇରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛି। ଏମିତିକି ମୁମ୍ବାଇର ଟ୍ରାଫିକ ସିଗନାଲ କାମ କରୁନାହିଁ। ଲୋକାଲ ଟ୍ରେନ ସେବା ବନ୍ଦ ରହିଛି। ଫଳରେ ଲୋକେ ଟ୍ରେନ ଛାଡ଼ି ଚାଲି ଚାଲି ଯିବା ଆରମ୍ଭ କରିଛନ୍ତି।

କାଲୱାସ୍ଥିତ ଟାଟା ପାୱାରର ସେଣ୍ଟ୍ରାଲ ଗ୍ରୀଡ ଫେଲ୍‌ ଯୋଗୁଁ ସକାଳ ୧୦ଟାରୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ମୁମ୍ବାଇରେ ବିଦ୍ୟୁତ୍ ପୁନରୁଦ୍ଧାର ପାଇଁ ଏକ ଘଣ୍ଟା ଲାଗିପାରେ।

Comment