ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଗ୍ରାମାଞ୍ଚଳ ଓ ଭୁବନେଶ୍ୱର ସହରାଞ୍ଚଳ ଓ ଗ୍ରାମାଞ୍ଚଳର କିଛି ସ୍ଥାନରେ ବୁଧବାର ବିଦ୍ୟୁତ ସେବା ବନ୍ଦ ରହିବ। ବିଦ୍ୟୁତ ଜନିତ ମରାମତି କାମ ପାଇଁ ଏହି ପାଓ୍ଵାର କଟ୍‌ କରାଯିବ। ଏନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ସେସୁର ସୂଚନା ଅନୁଯାୟୀ ବୁଧବାର ସକାଳ ୯ଟାରୁ ଦିନ ୨ଟା ଯାଏଁ ଭୁବନେଶ୍ୱର ସହରାଞ୍ଚଳର ବିଜେବି ନଗର, ଓଲ୍ଡ ଟାଉନ୍‌ ଅଞ୍ଚଳ, ବଶିଷ୍ଠ ନଗର, ଶ୍ରୀରାମ ନଗର, ଗୌତମ ନଗର, ହ୍ୟୁଣ୍ଡାଇ ଶୋ’ ରୁମ୍‌ ପଛ ପଟ ଅଞ୍ଚଳ, ଶ୍ରୀବିହାର, ଡମଣା, କ୍ଲବ ଟାଉନ ଓ ରାଧାକୃଷ୍ଣ ନଗର ଅଞ୍ଚଳର ବିଦ୍ୟୁତ ସେବା ବନ୍ଦ ରହିବ।

ସେହିପରି ଭୁବନେଶ୍ଵର ଗ୍ରାମାଞ୍ଚଳର ତ୍ରିନାଥ ବଜାର, ମହିଧରପଡ଼ା, ଡିପିଏସ୍‌, ସାତୋଲ, ନଗରୀ ଓ ତିରନପଡ଼ାରେ ମଧ୍ୟ ସକାଳ ୯ଟାରୁ ଦିନ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

କଟକ ଗ୍ରାମାଞ୍ଚଳରେ ସକାଳ ୯ଟାରୁ ଦିନ ୨ଟା ଯାଏଁ ଚୌଦ୍ଵାର, ଆଠଗଡ଼, ପୂରଣ, ତିଗିରିଆ ଅଞ୍ଚଳରେ ଓ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ବାଲିକୁଦା ଅଞ୍ଚଳରେ ପାଓ୍ଵାର କଟ୍‌ ହେବାର ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here