ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛୁଟିଦିନରେ ସମସ୍ତେ କିଛି ନା କିଛି ସ୍ପେଶାଲ କରି ଖାଇବାକୁ ପସନ୍ଦ କରିଥା’ନ୍ତି। ଏଥିପାଇଁ ପ୍ରସ୍ତୁତ କରନ୍ତୁ ପୋଦିନା ଚିକେନ୍‌। ଏହା ଯେତିକି ସ୍ୱାଦିଷ୍ଟ ସେତିକି ସ୍ଵାସ୍ଥ୍ୟକର।

ଚିକେନ୍‌ ୫୦୦ ଗ୍ରାମ୍‌, ଦହି – ୬ ଚାମଚ, ଲେମ୍ବୁ ରସ ୨ ଚାମଚ, ପୋଦିନା ପତ୍ର ଦୁଇ ଚାମଚ ଓ ଲୁଣ ଗୋଟେ ଚାମଚ, ସୋରିଷ ତେଲ ତିନି ଚାମଚ, ପିଆଜ ୨ଟି, ୪ଟି କଞ୍ଚା ଲଙ୍କା. ୨ ଚାମଚ ଅଦା ରସୁଣ ପେଷ୍ଟ।

ପ୍ରଥମେ ଚିକେନ୍‌ରେ ଲୁଣ, ଦହି, ଲେମ୍ବୁରସ ଓ ପୋଦିନା ବଟା ପକାଇ ମ୍ୟାରିନେଟ୍‌ କରି ରଖିବେ।

ଏବେ ଗ୍ୟାସ୍‌ ଉପରେ ଗୋଟେ କଡ଼େଇ ବସାଇ ତିନି ଚାମଚ ସୋରିଷ ତେଲ ପକାଇବେ। ତେଲ ଗରମ ହୋଇଗଲେ ଏଥିରେ କଟା ପିଆଜ ପକାଇ ଭାଜିବେ। ପିଆଜ ଭାଜି ହୋଇଗଲେ କଟା କଞ୍ଚାଲଙ୍କା ଓ ଅଦା ରସୁଣ ପିଆଜ ବଟା ପକେଇ କଷନ୍ତୁ। ମସଲା କଷି ହୋଇଗଲା ପରେ ମ୍ୟାରିନେଟ୍‌ ଚିକେନ୍‌ କଷେଇବେ। ଚିକେନ୍‌ ଭଲ ଭାବରେ କଷି ହୋଇଯିବା ପରେ ଆବଶ୍ୟକ ମୁତାବକ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦେବେ। ୧୫ ମିନିଟ୍‌ ପରେ ପ୍ରସ୍ତୁତ ହୋଇଗଲା ପୋଦିନା ଚିକେନ୍।

Comment