ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଇକେଲ ଚଲାଇ ସୁସ୍ଥ ରହିବାକୁ ଆହ୍ୱାନ ଦେଲେ ସିଦ୍ଧାନ୍ତ।

‘‘ଭଲ ସ୍ୱାସ୍ଥ୍ୟ ଓ ସୁନ୍ଦର ପରିବେଶ ପାଇଁ ପ୍ରତିଦିନ ସାଇକେଲ ଚଲାଇବା ନିହାତି ଦରକାର। ସେହିପରି ଭଲ ଦୃଷ୍ଟିଶକ୍ତି ପାଇଁ ମଧ୍ୟ ସାଇକେଲର ଏକ ପ୍ରମୁଖ ଭୂମିକା ରହିଛି। ଏଣୁ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ କିଛି ସମୟ ବାହାର କରି ସାଇକେଲ ଚଲାଇବା ନିହାତି ଦରକାର’’, କହିଛନ୍ତି ଜଣାଶୁଣା ଅଭିନେତା ତଥା ‘ମାଇଁସାଇକ୍ଲୋଥନର ବ୍ରାଣ୍ଡ ଆମ୍ବାସଡର ସିଦ୍ଧାନ୍ତ ମହାପାତ୍ର।

ଏଲ୍‌ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଶିଶୁ ଓ କିଶୋରମାନଙ୍କଠାରେ ଦେଖାଯାଉଥିବା ‘ମାୟୋପିଆ’ର ସଚେତନତା ପାଇଁ ସାଇକେଲ୍ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଏହି ଯାତ୍ରାକୁ ଶୁଭାରମ୍ଭ କରିଥିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ।

‘ମାଇଁସାଇକ୍ଲୋଥନ୍‌’ର ବ୍ରାଣ୍ଡ ଆମ୍ବାସଡର ହେଉଛନ୍ତି ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସାଇକେଲ ଯାତ୍ରାରେ ସିଦ୍ଧାନ୍ତ ସାମିଲ ହୋଇ ଲୋକମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ର ଦେଇଥିଲେ। ଏହାସହ ସିଦ୍ଧାନ୍ତ ନିଜେ ମଧ୍ୟ ସାଇକେଲିଂ କରିଥିଲେ।

‘‘ମାୟୋପିଆ ଗୋଟେ ରୋଗ ନୁହେଁ। ଛୋଟିଆ ଭୁଲ୍‌ ପାଇଁ ପିଲାମାନଙ୍କ ଆଖିରେ ସମସ୍ୟା ଦେଖାଦେଇଥାଏ। ପିଲାମାନଙ୍କୁ ଘର ଭିତରେ ଆବଦ୍ଧ କରି ରଖିବା ଠିକ୍ ନୁହେଁ। ସେମାନଙ୍କୁ ମୋବାଇଲ୍‌, ଲାପ୍‌ଟପ୍‌ ଏବଂ ଟଭିଠାରୁ ଯଥା ସମ୍ଭବ ଦୂରେଇ ରଖିବା ଦରକାର। ସେମାନଙ୍କୁ ବାହାରକୁ ଛାଡ଼ିବା ଦରକାର’’, କହିଛନ୍ତି ସିଦ୍ଧାନ୍ତ।

ଏଲ୍‌ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ମାୟୋପିଆ ସଚେତନତା ପାଇଁ ଯେଉଁ ସାଇକେଲ ଯାତ୍ରା ଆଜି ଭୁବନେଶ୍ୱରରେ ଆୟୋଜନ କରାଯାଇଥିଲା ତାହା ଭଲ ପଦକ୍ଷେପ। ଅଧିକ ସଂଖ୍ୟକ ଲୋକ ଏଥିରେ ସାମିଲ ହୋଇଛନ୍ତି। ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଲକ୍ଷ୍ୟ ରହିଥିବା କହିଛନ୍ତି ସିଦ୍ଧାନ୍ତ।

‘‘ନିଜ ସ୍ୱାସ୍ଥ୍ୟକୁ ନିଜେ ଜଗିବା ପ୍ରତ୍ୟେକ ଜନସାଧାରଣଙ୍କ ଦାୟିତ୍ୱ। କେବଳ ଗୋଟିଏ ସଂସ୍ଥା ବା ସରକାର ଚାହିଁଲେ ସବୁକିଛି ବଦଳାଇ ପାରିବେ ନାହିଁ। ପ୍ରତ୍ୟେକ ଲୋକ ସଚେତନ ହେଲେ ହିଁ ପରିବେଶ ସୁରକ୍ଷିତ ରହିବ ଏବଂ ଟ୍ରାଫିକ ପରିଚାଳନାରେ ସୁଧାର ଆସିବ’’, ଏହି ମନ୍ତ୍ର ଫୁଙ୍କିଛନ୍ତି ସିଦ୍ଧାନ୍ତ।

ସିଦ୍ଧାନ୍ତ ଆହୁରି କହିଛନ୍ତି, ‘‘ଆମ ସୁରକ୍ଷା ଆମ ହାତରେ। ସ୍ୱାସ୍ଥ୍ୟ ହେଉ କି ସଡ଼କ ସୁରକ୍ଷା, ସବୁଥିରେ ଜନସାଧାରଣଙ୍କ ଅବଦାନ ରହିବା ନିହାତି ଦରକାର। ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ନିହାତି ଜରୁରୀ।’’

‘ମାଇଁସାଇକ୍ଲୋଥନ’ରେ ଆଜି ଯେତିକି ଲୋକ ସାମିଲ ହୋଇଛନ୍ତି ସେଥିରୁ ଜଣାପଡୁଛି ଯେ ଲୋକମାନେ ଧୀରେଧୀରେ ସଚେତନ ହେଲେଣି। ଆଗାମୀ ଦିନରେ ଲୋକେ ସୁସ୍ଥ ରହିବା ପାଇଁ ସାଇକେଲକୁ ଅପଣାଇବେ ବୋଲି ଜଣାପଡୁଛି।

Comment