ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଚନ୍ଦ୍ରଭାଗା ବେଳାଭୂମିରେ ୫୦ କିଲୋ ମିଟର ପଦଯାତ୍ରା କଲେ ଆଇଟିବିପି ଡିଜି ଏସ.ଏସ ଦେଶଓ୍ଵାଲ। ସକାଳୁ ପୁରୀ ଦିଗବାରିଣୀରୁ ବେଳାଭୂମି ସଫେଇ କରି ଚନ୍ଦ୍ରଭାଗାରେ ପହଁଚିଛନ୍ତି ଏସ.ଏସ ଦେଶଓ୍ଵାଲ। ଡିଜିଙ୍କ ସହ ୫୦ ଜଣ ଅଧିକାରୀ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।

ବେଳାଭୂମି ସଫା ରହିଲେ ପର୍ଯ୍ୟଟକ ଆକୃଷ୍ଟ ହେବେ। ପୁରୀ ଏକ ଐତିହାସିକ ପର୍ଯ୍ୟଟନ କ୍ଷେତ୍ର। ତେଣୁ ଏହାକୁ ସଫା ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଏହାସହ ଦେଶର ପ୍ରତ୍ୟେକ ଐତିହ୍ୟ ସ୍ଥଳ ସଫା ସୁତରା ରଖିବା ଉଚିତ ବୋଲି କହିଛନ୍ତି ଏସ୍‌.ଏସ୍‌ ଦେଶଓ୍ଵାଲ।

ସ୍ଵଚ୍ଛ ଭାରତର ଲକ୍ଷ୍ୟ ନେଇ ଏହି ଯାତ୍ରା ଆରମ୍ଭ କରିଛନ୍ତି ଆଇଟିବିପି ଯବାନ। ନଦୀ, ନାଳ, ସମୁଦ୍ରକୂଳରେ ପଦଯାତ୍ରା କରି ସଫେଇ କରୁଛନ୍ତି ଆଇଟିବିପି ଡିଜିଙ୍କ ସହ ଯବାନମାନେ। ବର୍ତ୍ତମାନ ପୁରୀରେ ୫୦ କିଲୋ ମିଟର ପଦଯାତ୍ରା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଆଇଟିବିପି ଡିଜି।

LEAVE A REPLY

Please enter your comment!
Please enter your name here