ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜଣାଶୁଣା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆଜି ଜନ୍ମଦିନ। ୧୯୮୬ରେ ପାଟନାରେ ଜନ୍ମ ହୋଇଥିବା ସୁଶାନ୍ତ ଆଜି ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଫଳତା ପଛରେ କାହାର ହାତ ରହିଛି?

କାଇ-ପୋ-ଚେ, ଏମ୍‌ ଏସ୍‌ ଧୋନି ଦି ଅନଟୋଲ୍ଡ ଷ୍ଟୋରି, ପି.କେ, କେଦାରନାଥ ଭଳି ସୁପରହିଟ୍‌ ଫିଲ୍ମରେ ନିଜ ଦମଦାର ଅଭିନୟ କରି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତ।

ବଲିଉଡ୍‌ରେ ହିରୋ ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଗୋଟିଏ ପଟେ କଠିନ ପରିଶ୍ରମ ଓ ଭାଗ୍ୟ ଦରକାର ହେଉଥିବାବେଳେ ସୁଶାନ୍ତ ନିଜ ସଫଳତା ପାଇଁ ଜଣେ ମହିଳାଙ୍କୁ ଶ୍ରେୟ ଦିଅନ୍ତି।

ସେ ମହିଳା ଜଣକ ତାଙ୍କର କେହି ପରିବାର ସଦସ୍ୟ ବା ପ୍ରେମିକା ନୁହନ୍ତି। ବରଂ ଏ ମହିଳା ହେଉଛନ୍ତି ଅଭିନୟ ଜଗତରେ ସୁଶାନ୍ତଙ୍କୁ ବ୍ରେକ୍‌ ଦେଇଥିବା ମହିଳା। ସେ ହେଉଛନ୍ତି ଏକତା କପୁର। ସମସ୍ତେ ଜାଣନ୍ତି ଛୋଟ ପରଦାରୁ ହିଁ ଅଭିନୟ ଜୀବନ ଆରମ୍ଭ କରିଥିଲେ ସୁଶାନ୍ତ। ସଫଳ ଟେଲି ସିରିଏଲ୍‌ ନିର୍ମାତା ଏକତା କପୁରଙ୍କର ପ୍ରସିଦ୍ଧ ଧାରାବାହିକ ‘ପବିତ୍ର ରିସ୍ତା’ ହିଁ ଥିଲା ସୁଶାନ୍ତଙ୍କ ଆକ୍ଟିଂ ଡେବ୍ୟୁ।

ଏହି ସିରିଏଲ୍‌ରୁ ହିଁ ସୁଶାନ୍ତ ଜଣେ ଅଭିନେତା ଭାବେ ପରିଚୟ ପାଇବା ସହ ଘରେ ଘରେ ପରିଚିତ ହୋଇଯାଇଥିଲେ ସେ। ଆଉ ଏହି କଥାକୁ ସେ ଭୁଲିନାହାନ୍ତି।

ନିକଟରେ ଏକ ସାକ୍ଷାତକାରରେ ଏ ବାବଦରେ ନିଜ ମନର କଥା କହିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତ। ସେ କହିଛନ୍ତି, ‘‘ତାଙ୍କ କ୍ୟାରିୟର ଗଢ଼ିବାରେ ପରିବାର ଲୋକଙ୍କ ଛଡ଼ା ଆଉ ଯଦି କାହାର ସବୁଠାରୁ ବଡ଼ ଭୂମିକା ଥାଏ ସେ ହେଉଛନ୍ତି ଏକତା କପୁର। ତେଣୁ ଏକତା ତାଙ୍କୁ କେବେ ବି କୌଣସି ବି ଭୂମିକାରେ ଅଭିନୟ କରିବାକୁ କହିଲେ ସେ ଆଖି ବୁଜି ତାକୁ କରିବାକୁ ରାଜି ହୋଇଯିବେ।

Comment