ଓଡ଼ିଶାଲାଇଭ୍ ବ୍ୟୁରୋ

ଘରେ ପ୍ରସ୍ତୁତ କରନ୍ତୁ ଚିଲ୍ଲି ସୋୟାବଡ଼ି।

ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାନ୍ତୁ। ପ୍ୟାନ୍‌ରେ ୪ କପ୍‌ ପାଣି ଫୁଟାନ୍ତୁ। ପାଣିରେ ଗୋଟେ ବଡ଼ କପ୍‌ ସୋୟାବଡ଼ିକୁ ପକାଇ ଫୁଟିବାକୁ ଦିଅନ୍ତୁ। ସୋୟାବଡ଼ି ଫୁଟିଗଲେ ୧୦ ମିନିଟ୍‌ ପରେ ଗରମ ପାଣି ଛାଣି ଦିଅନ୍ତୁ। ଏବେ ଏହି ସୋୟାରେ ଥଣ୍ଡା ପାଣି ଭର୍ତ୍ତି କରିଦିଅନ୍ତୁ।

ଏବେ ଗୋଟେ ପାତ୍ରରେ ଦହି ଗୋଟେ ଚାମଚ, ଅଦା ରସୁଣ ପେଷ୍ଟ, ଗୋଲମରିଚ ଅଧ ଚାମଚ, ଲଙ୍କାଗୁଣ୍ଡ ଛୋଟ ଚାମଚ ଓ ଲୁଣ ସ୍ୱାଦ ଅନୁସାରେ ଦେଇ ଗୋଳାନ୍ତୁ। ଏବେ ଏଥିରେ ସୋୟାବଡ଼ି ପକାଇ ମିଶାଇ ଦିଅନ୍ତୁ। ଏଥିରେ ୪ ଚାମଚ କର୍ଣ୍ଣଫ୍ଲୋର ପକାଇ ମ୍ୟାରିନେଟ୍‌ କରିଦିଅନ୍ତୁ। ଏବେ ଏହି ସୋୟାବଡ଼ିକୁ ତେଲରେ ଛାଣନ୍ତୁ। ସୋୟାବଡ଼ି ହାଲ୍‌କା ବାଦାମୀ ରଙ୍ଗର ହୋଇଗଲେ ଏହାକୁ କାଢ଼ିଦିଅନ୍ତୁ।

ଏବେ ଗୋଟେ ପ୍ୟାନ୍‌ ବସାଇ ଏଥିରେ ଗୋଟେ ଚାମଚ ରିଫାଇଣ୍ଡ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ଅଦା ଅଧ ଇଞ୍ଚକୁ କାଟି ପକାନ୍ତୁ, ରସୁଣ ଛୋଟ ଛୋଟ କାଟି ପକାନ୍ତୁ, ଏବେ ଏଥିରେ କଞ୍ଚା ଲଙ୍କାକୁ କାଟି ପକାଇବେ। ଏବେ ଗୋଟେ ପିଆଜ, କ୍ୟାପ୍‌ସିକମ୍‌ ପକାଇ ଭାଜି ଦେବେ। ଏବେ ଏଥିରେ ଦୁଇ ଚାମଚ ଟମାଟୋ ସସ୍‌, ଭିନେଗାର ଗୋଟେ ଚାମଚ, ସୋୟାସସ୍‌ ଗୋଟେ ଚାମଚ, ଚିଲ୍ଲି ସସ୍‌ ଗୋଟେ ଚାମଚ, ଗୋଲମରିଚ ଅଧ ଚାମଚ, ଲୁଣ ସ୍ଵାଦ ଅନୁସାରେ ପକାଇ ମିଶାଇ ଦିଅନ୍ତୁ। ଏବେ ଗୋଟେ ଛୋଟ ପାତ୍ରରେ ଗୋଟେ ଚାମଚ କର୍ଣ୍ଣଫ୍ଲୋର ସହ ଦୁଇ ଚାମଚ ପାଣି ମିଶାଇ ଗୋଳାଇ ଦିଅନ୍ତୁ, ଏହି ପାଣିକୁ ପ୍ୟାନ୍‌ରେ ଢାଳନ୍ତୁ।

ଏବେ ଏଥିରେ ସୋୟାବଡ଼ି ପକାଇ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚିଲ୍ଲି ସୋୟାବଡ଼ି।

Comment