ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନକୁ ରୋକିବାକୁ ହୋଇଥିବା ୧୪୪ଟି ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ଆବେଦନ ଉପରେ ଶୁଣାଣି କରିବା ସମୟରେ  କୋର୍ଟ କହିଛନ୍ତି  ସିଏଏ ଉପରେ ତୁରନ୍ତ ରୋକ ଲାଗିବ ନାହିଁ କି ଏକପାଖିଆ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ।

ଏଥିସହିତ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ ୪ ସପ୍ତାହ ସମୟ ଦେଇଛନ୍ତି କୋର୍ଟ। ଆସାମ ସଂପର୍କିତ ଆବେଦନର ଜବାବ ୨ ସପ୍ତାହରେ ଦେବାକୁ ନିର୍ଦ୍ଦେଶ ହୋଇଥିଲା ବେଳେ ବାକି ଆବେଦନର ଜବାବ ୪ ସପ୍ତାହରେ ଦେବାକୁ ନିର୍ଦ୍ଦେଶ ରହିଛି। ୪ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ କହିଛନ୍ତି କହିଛନ୍ତି ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେ।

Comment