ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଣ୍ଡିଆ ଖାଇବା ସ୍ୱାସ୍ଥ୍ୟପାଇଁ ବେଶ୍‌ ଲାଭଦାୟକ। ମାଣ୍ଡିଆରେ ପ୍ରସ୍ତୁତ ଖିରି ସମସ୍ତେ ଖାଇଥିବେ ମାତ୍ର ମାଣ୍ଡିଆରେ ପ୍ରସ୍ତୁତ ରସାବଳି ବେଶ୍‌ ସୁଆଦିଆ।

ରାବିଡ଼ି – ଗୋଟେ ଲିଟର କ୍ଷୀରକୁ ଫୁଟାଇ ଫୁଟାଇ ମାରିଦେବେ। ରାବିଡ଼ି ଭଳି ହୋଇଗଲେ ଏଥିରେ ଗୋଟେ ଗୁଜୁରାତି ଗୁଣ୍ଡ ମିଶାଇବେ।

ମାଣ୍ଡିଆ ୩ ଚାମଚ, ସୁଜି ଗୋଟେ ଚାମଚ, ଚିନି ଗୋଟେ ଚାମଚ ପକାଇ ମିଶାଇ ଦିଅନ୍ତୁ। ଏବେ ଏଥିରେ ପାଣି ଦେଇ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଗୁଜୁରାତି ୩ଟି ଗୁଣ୍ଡ କରି ପକାଇ ଦିଅନ୍ତୁ। ଏବେ ଏଥିରେ ଟିକେ ଲୁଣ ପକାଇ ମିଶାନ୍ତୁ।

ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାନ୍ତୁ। ଏବେ ଏଥିରେ ଦୁଇ ଚାମଚ ତେଲ ପକାଇବେ। ତେଲ ଗରମ ହୋଇଗଲେ ଏଥିରେ ମାଣ୍ଡିଆଗୁ ଛୋଟ ଛୋଟ ପିଠା ଭଳି ପ୍ୟାନ୍‌ରେ ପକାଇବା। ମାଣ୍ଡିଆର ଗୋଟେ ପଟ ହୋଇଗଲେ ଏହାର ଆରପଟ ଲେଉଟାଇ ଦେବେ। ଏବେ ମାଣ୍ଡିଆକୁ ଗୋଟେ ପ୍ଲେଟ୍‌ ଉପରେ କାଢ଼ିଦିଅନ୍ତୁ। ଏହା ଉପରେ ରାବିଡ଼ିକୁ ଢାଳି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମାଣ୍ଡିଆ ରସାବଳି।

Comment