ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲିଜ ହେଲା ଅଭିନେତା ବରୁଣ ଧଓ୍ୱନ ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ଥ୍ରୀ ଡି’। ଡ୍ୟାନ୍ସ ଉପରେ ଆଧାରିତ ଏହି ଫିଲ୍ମକୁ ଦୀର୍ଘଦିନରୁ ଅପେକ୍ଷା କରିଥିଲେ ଦର୍ଶକ। ଏହି ଫିଲ୍ମରେ ବରୁଣ ଧଓ୍ୱନ, ନୋରା ଫତେହୀ, ଶ୍ରଦ୍ଧା କପୁରଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ପାଇବେ ଦର୍ଶକ।

ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରେମୋ ଡିସୁଜା। ମିଡିଆ ରିପୋର୍ଟ ଅନୁସାରେ ୧୦ରୁ ଅଧିକ ଡ୍ୟାନ୍ସ ଟିମ କାମ କରୁଛନ୍ତି।

ଏମାନଙ୍କ ବ୍ୟତୀତ ଫିଲ୍ମରେ ପ୍ରଭୁଦେବା, ରାଘବ, ପୁନିତ, ଧର୍ମେଶଙ୍କ ଦମଦାର୍‌ ଡ୍ୟାନ୍ସ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମଟି ବକ୍ସରେ ହିଟ୍‌ ହେବ ବୋଲି ଅନୁମାନ କରାଯାଉଛି।

Comment