ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିଲ୍ଲୀରେ ରାଷ୍ଟ୍ରୀୟ ବାଳ ପୁରସ୍କାର ବିଜେତା ୪୯ ଜଣ ପିଲାଙ୍କୁ ଭେଟିଛନ୍ତି। ପିଲାମାନଙ୍କ ସହ ଆଲୋଚନା କରିବା ସମୟରେ ମୋଦୀ ସୌନ୍ଦର୍ଯ୍ୟ ମନ୍ତ୍ର ଦେଇଛନ୍ତି। ଶରୀରରୁ ଝାଳ ବୋହିଲେ ଯାଇ ଚେହେରାରେ ଚମକ ଆସିବ ମୋଦୀ ପିଲାମାନଙ୍କୁ କହିଛନ୍ତି। କୁନି କୁନି ପିଲାଙ୍କୁ ପରିଶ୍ରମ କରିବାକୁ ପ୍ରେରଣା ଦେଇ ମୋଦୀ କହିଛନ୍ତି ପାଣିପାଗ ଯାହାବି ହେଉ ଦିନକୁ ୪ ଥର ଶରୀରରୁ ଝାଳ ବୋହିବା ଆବଶ୍ୟକ।

‘‘ମୋତେ କେହି ଜଣେ ପଚାରିଥିଲେ ମୋ ଚେହେରା କ’ଣ ପାଇଁ ଚମକେ? ମୁଁ ଏହାର ଉତ୍ତର ଦେଇ କହିଥିଲି, ମୁଁ ଏତେ ପରିଶ୍ରମ କରେ ମୋ ଶରୀରରୁ ଝାଳ ବାହାରେ, ସେହି ଝାଳରେ ମୁଁ ମୋ ଚେହେରାକୁ ମାଲିସ କରେ। ଏଥିପାଇଁ ଚେହେରା ଚମକେ’’, କହିଛନ୍ତି ମୋଦୀ।

ଦେଶର ବିଭିନ୍ନ ରାଜ୍ୟରୁ ୪୯ ଜଣ ଛାତ୍ରଛାତ୍ରୀ ଖେଳ, ସମାଜସେବା, ସଂସ୍କୃତି ଏବଂ ସାହାସିକତା ଭଳି କ୍ଷେତ୍ରରେ ପୁରସ୍କାର ପ୍ରାପ୍ତ କରିଛନ୍ତି। ଏହି ପିଲାମାନଙ୍କୁ ମୋଦୀ ଆଜି ଶୁଭେଚ୍ଛା ଜଣାଇଛନ୍ତି।

Comment