ଓଡ଼ିଶାଲାଇଭ୍‌ ବ୍ୟୁରୋ  

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ସିବି)ର ସଂପ୍ରସାରଣ ପାଇଁ ସୋମବାରଠୁ ଉଚ୍ଛଦେ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଏଥିରେ ପ୍ରାୟ ୩୦୦ ପରିବାର ପ୍ରଭାବିତ ହେବେ। ପ୍ରଭାବିତଙ୍କୁ ଜୋବ୍ରା ବ୍ରିଜ ଅପରପାର୍ଶ୍ଵରେ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପ୍ରଭାବିତଙ୍କୁ ଥଇଥାନ ଓ ପ୍ୟାକେଜ କଟକ ଜିଲ୍ଲାପାଳଙ୍କ ଦ୍ଵାରା କାର୍ଯ୍ୟକାରୀ ହେବ। ଆବଶ୍ୟକସ୍ଥଳେ ଜିଲ୍ଲାପାଳ ସହାୟତା ବୃଦ୍ଧି ଓ ପରିବର୍ତ୍ତନ ପରିପାରିବେ। ଥଇଥାନ ପ୍ୟାକେଜ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ପାଣ୍ଠି ଯୋଗାଇ ଦେବେ।

ଅନ୍ୟପକ୍ଷରେ ଶନିବାର ଏସ୍‌ସିବି ସଂପ୍ରାସରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥଇଥାନ ଓ ସହାୟତା ପ୍ୟାକେଜ ଅନୁମୋଦନ କରିଛନ୍ତି। ଏହି ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବରେ ନିର୍ମିତ ବାସଗୃହ, ମାଛ ମାର୍କେଟ, ସ୍ଥାୟୀ ଦୋକାନ ଘର, ଅନଧିକୃତ ଭାବରେ ନିର୍ମିତ ଦୋକାନଗୃହ, ଉଠା ଦୋକାନୀ, ଧାର୍ମିକ ଅନୁ‌ଷ୍ଠାନ, କ୍ଲବ୍‌ ଓ ଗୁହାଳ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି।

Comment