ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ରଣବୀର ସିଂ ନିଜର ଅଜବ୍‌ ଗଜବ୍‌ ଗେଟଅପ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସବୁବେଳେ ନିଜ ପାଇଁ କିଛି ଅଲଗା ପୋଷାକ ବି ଚୟନ କରନ୍ତି, ଯାହା ତାଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଏ।

ଶନିବାର ସେମିତି ଏକ ଅଜବ ପୋଷାକ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ରଣବୀର। ରଣବୀର ଶନିବାର ସକାଳେ ଇନଷ୍ଟାଗ୍ରାମରେ କିଛି ଫଟୋ ଛାଡ଼ିଥିଲେ। ଏଥିରେ ତାଙ୍କୁ ଏକ ଭିନ୍ନ ଗେଟଅପ୍‌ରେ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସୋସିଆଲ ତାଙ୍କୁ ଟ୍ରୋଲ କରାଯାଇଛି।

କେହି କେହି ୟୁଜର୍ସ ତାଙ୍କୁ ଏହା ଦୀପିକାଙ୍କ ଡ୍ରେସ୍‌ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପକ୍ଷରେ ଯଦି ରଣବୀର କାମ କଥା କହିବା ତେବେ ସେ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଓ ‘୮୩’ ପାଇଁ ଏବେ ବ୍ୟସ୍ତ ଅଛନ୍ତି।

Comment