ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ସାରାଦେଶ ପାଳିବ ୭୧ତମ ଗଣତନ୍ତ୍ର ଦିବସ। ଏଥିପାଇଁ ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରବିବାର ସକାଳ ୯ଟାରୁ ଦିଲ୍ଲୀ ରାଜପଥରେ ପରେଡ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। କଡ଼ା ସୁରକ୍ଷା ଭିତରେ ସୁରୁଖୁରୁରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ସାରିବା ପାଇଁ ଦିଲ୍ଲୀ ପୋଲିସ ସଜାଗ ରହିଛି।

ଏଥିପାଇଁ ୧୦ ହଜାର ପୋଲିସ ମୁତୟନ ହୋଇଥିବା ଜଣାପଡ଼ିଛି। ବ୍ରାଜିଲର ରାଷ୍ଟ୍ରପତି ଜେୟର ବୋଲସୋନାରୋ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇପାରନ୍ତି।

Comment