ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶ ପାଳନ କରୁଛି ୭୧ତମ ଗଣତନ୍ତ୍ର ଦିବସ। ଏଥିପାଇଁ ସବୁ ରାଜ୍ୟର ରାଜଧାନୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଯବାନଙ୍କ ଚମତ୍କାର ପରେଡରେ କମ୍ପିବ ଦେଶର ରାଜଧାନୀ ଦିଲ୍ଲୀ, ହେଲେ ଆପଣ ଜାଣନ୍ତି କି ଆମ ଦେଶ ପାଇଁ ଜାନୁଆରି ୨୦ କାହିଁକି ଗୁରୁତ୍ୱପୂର୍ଣ୍ଣ ବା କାହିଁକି ଏହାକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଉଛି?

୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ଭାରତ ମୁକ୍ତ ହୋଇଥିଲା। ସ୍ୱାଧୀନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା। ପ୍ରାୟ ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ ୧୯୫୦ ମସିହା ଜାନୁଆରୀ ୨୬ରେ ସଂସଦରେ ଭାରତୀୟ ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହାପରେ ଭାରତ ନିଜକୁ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ଦିବସ ପାଳନ ହୋଇଆସୁଛି।

ଏହି ଦିନ ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଏ। କାର୍ଯ୍ୟକ୍ରମ ଆରମ୍ଭରେ ମହାମହିମ ରାଷ୍ଟ୍ରପତି ପତାକା ଉତ୍ତୋଳନ କରି ଦେଶକୁ ଅଭିବାଦନ ଦିଅନ୍ତି।

ଏହି ସମାରୋହରେ ବିଭିନ୍ନ ରାଜ୍ୟର ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳେ। ବିଭିନ୍ନ ରାଜ୍ୟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହୋଇଥାଏ। ଏହାପରେ ଜଳ, ସ୍ଥଳ ଓ ବାୟୁ ସେନାର ଯବାନମାନଙ୍କ ପରେଡ ଓ ଡେୟାର ଡେଭିଲ ସୋ’ ପ୍ରଦର୍ଶନ କରିଥାନ୍ତି।

Comment