ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ- ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ଅକଲାଣ୍ଡରେ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ପ୍ରଥମ ମ୍ୟାଚକୁ ଟିମ୍ ଇଣ୍ଡିଆ ଜିତିବା ସହ ସିରିଜରେ ୧-୦ରେ ଆଗୁଆ ରହିଛି।
ଅନ୍ୟପଟେ ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଝଟକା ଦେବା ଲକ୍ଷ୍ୟରେ ରହିଛି କିୱି ଦଳ। ଦଳ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବୋଲିଂ ଓ ଫିଲଡିଂରେ ପଛରେ ରହିଛି।
ସେହିପରି ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ବୋଲିଂ ଏକ ବଡ଼ ଟେନସନ୍ ହୋଇଛି। ଦଳ ଏହି ମ୍ୟାଚରେ ଦ୍ରୁତ୍ ବୋଲର ସାର୍ଦ୍ଦୁଳ ଠାକୁରଙ୍କ ବିଶ୍ରାମ ଦେଇ ଚହଲ- କୁଲଦୀପ ଯୋଡ଼ିକୁ ମଇଦାନକୁ ଆଣିବ ବୋଲି କୁହାଯାଉଛି।

















