ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ବବି ଦେଓ୍ୱଲ ଆଜି ୫୧ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୬୯ରେ ମୁମ୍ବାଇରେ ଜନ୍ମ ହୋଇଥିବା ବବି ବଲିଉଡରେ ଜଣେ ଲୋକପ୍ରିୟ ଅଭିନେତା। ମାତ୍ର ତାଙ୍କର ଖୁବ୍‌ କମ୍‌ ଫିଲ୍ମ ହିଟ ହୋଇଛି। ଆଜି ଜନ୍ମଦିନ ଅବସରରେ ଜାଣିବା ତାଙ୍କ ସୁପରହିଟ ଫିଲ୍ମ ବିଷୟରେ..

ବବି ୨୬ ବର୍ଷ ବୟସରେ ବରସାତ ଫିଲ୍ମରେ  ବଲିଉଡକୁ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ସହିତ ଅଭିନେତ୍ରୀ ଟ୍ୱିଙ୍କଲ ଖାନା ଥିଲେ। ଏହି ଫିଲ୍ମ ତାଙ୍କର ସୁପରହିଟ ହୋଇଥିଲା। ଏହାରିଭିତରେ ବଲିଉଡରେ ବବିଙ୍କୁ ୨୫ ହୋଇଗଲାଣି। ହେଲେ ତାଙ୍କର ମାତ୍ର ୩ଟି ଫିଲ୍ମ ବ୍ଲକବଷ୍ଟର ହୋଇଛି।

ଗୁପ୍ତ୍‌ – ବବିଙ୍କ ଅଭିନୀତ ଫିଲ୍ମ ଗୁପ୍ତ୍‌ ୧୯୯୭ରେ ରିଲିଜ ହୋଇଥିଲା। ଏଥିରେ ତାଙ୍କ ବିପକ୍ଷରେ କାଜଲ ମନୀଷା କୋଇରାଲ ଥିଲେ।

ସୋଲ୍‌ଜର୍‌ – ୧୯୯୮ରେ ରିଲିଜ ହୋଇଥିଲା ଫିଲ୍ମ ସୋଲ୍‌ଜର। ଏଥିରେ ବବିଙ୍କ ସହ ପ୍ରୀତି ଜିଣ୍ଟା କାମ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଥିଲା।

ହମ୍‌ରାଜ – ଏହାପରେ ୨୦୦୨ରେ ଫିଲ୍ମ ହମରାଜ ରିଲିଜ ହୋଇଥିଲା। ଅମିଷା ପଟେଲଙ୍କ ସହ ବବିଙ୍କର ଏହି ଫିଲ୍ମ ସୁପରହିଟ ହୋଇଥିଲା।

Comment