ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଝାରସୁଗୁଡ଼ାରେ ପହଞ୍ଚିଲା ଆଲାଏନ୍ସ ଏୟାରର ପ୍ରଥମ ବିମାନ। ସୋମବାର ୧୨ଟା ୪୫ରେ କୋଲକାତାରୁ ୧୬ ଜଣ ଯାତ୍ରୀଙ୍କୁ ନେଇ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲା। ପୁଣି ୧ଟା ୧୫ରେ ୨୫ ଜଣ ଯାତ୍ରୀଙ୍କୁ ନେଇ କୋଲକାତା ଯାତ୍ରା କରିଛି।

ଜାନୁଆରି ୨୨ ତାରିଖରେ ବିମାନ କମ୍ପାନିଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ପରେ ଏହା ପ୍ରଥମ ବିମାନ ଭାବେ ଚଳାଚଳ ଆରମ୍ଭ କରିଛି। ସେହିପରି ଜାନୁଆରି ୩୧ରେ ଭୁବନେଶ୍ଵରରୁ ବାରାଣାସୀକୁ ଓ ଜୁଲାଇରୁ ଝାରସୁଗୁଡ଼ାରୁ ମୁମ୍ଵାଇକୁ ବିମାନ ଚଳାଚଳ କରିବ।

ଏହାସହ ସିଙ୍ଗାପୁର, ହଂକଂ ଓ ଆବୁଧାବିକୁ ବିମାନ ଉଡ଼ାଣ ନେଇ ବିମାନ କମ୍ପାନିଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର।

Comment