ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓକିଲ ଆନ୍ଦୋଳନ ନେଇ ହାଇକୋର୍ଟରେ ପୁଣି ଫୁଲ୍‌ ବେଞ୍ଚ ଶୁଣାଣି ହୋଇଛି। ପୂର୍ବଥର ଭଳି ପୂର୍ଣ୍ଣ ଖଣ୍ଡପୀଠରେ ଏହି ଶୁଣାଣି କରାଯାଇଛି। ଏଥିରେ ଆନ୍ଦୋଳନରୁ ଓହରି ଥିବା ଓକିଲ ସଂଘ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ମାର୍ଚ୍ଚ ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି।

ଶୁଣାଣି ବେଳେ ଓକିଲ ଆନ୍ଦୋଳନ ସଂପର୍କରେ ବାର୍‌ କାଉନସିଲ୍‌ କୋର୍ଟଙ୍କୁ ଜଣାଇଛି। ଏବେ ମଧ୍ୟ ୧୦ଟି ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରଖିଥିବା ବାର୍‌ କାଉନସିଲ୍‌ ସୂଚନା ଦେଇଛି।

୨୦୧୯ ଅକ୍ଟୋବର ୧୫ ତାରିଖରେ ମୁଖ୍ୟ ବିଚାରପତିଙ୍କ ସମେତ ସମସ୍ତ ୧୪ଜଣ ବିଚାରପତିଙ୍କୁ ନେଇ ପ୍ରଥମ ଫୁଲ୍ ବେଞ୍ଚ୍ ବସିଥିଲା। ହାଇକୋର୍ଟ ବାର୍ ସମେତ ରାଜ୍ୟର ଅନ୍ୟାନ୍ୟ ବାର୍ ଆସୋସିଏସନର ଆଇନଜୀବୀମାନେ ବିଭିନ୍ନ ସମୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ହାଇକୋର୍ଟ ନିଜ ଆଡୁ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।

ଏହି ମାମଲାରେ ୧୩୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ପ୍ରଥମ ହାଇକୋର୍ଟ ଫୁଲ୍ ବେଞ୍ଚ ଶୁଣାଣିରେ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି, ସମ୍ପାଦକଙ୍କ ସମେତ ୬୮ଟି ବାରର ସଭାପତି ଏବଂ ସମ୍ପାଦକଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରାଯାଇଥିଲା।

Comment