ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ସବ୍‌ଅର୍ଡିନେଟ୍‌ ସର୍ଭିସେସ୍‌ ସିଲେକ୍ସନ୍‌ ବୋର୍ଡ(DSSSB)ର ବିଭିନ୍ନ ବିଭାଗରେ ସମୁଦାୟ ୫୩୬ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୬ ତାରିଖ ଯାଏଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

  • ଷ୍ଟୋର୍‌ କିପର୍‌- ଗୋଟିଏ ପଦ
  • ସେକ୍ସନ୍‌ ଅଫିସର୍‌ (ହର୍ଟିକଲ୍‌ଚର୍‌) – ୯ଟି ପଦ
  • ଆସିଷ୍ଟାଣ୍ଟ ଇଞ୍ଜିନିୟର (ସିଭିଲ୍‌) – ୪୬ଟି ପଦ
  • ଭେଟେରିନାରୀ ଲାଇଭ୍‌ଷ୍ଟକ ଇନ୍‌ସ୍ପେକ୍ଟର – ୭୮ଟି ପଦ
  • ଇନ୍‌ଭେଷ୍ଟିଗେଟର୍‌- ୧୫ଟି ପଦ
  • ଷ୍ଟେନୋଗ୍ରାଫର (ଇଂରାଜୀ) – ୩୮ଟି ପଦ
  • ଷ୍ଟେନୋଗ୍ରାଫର (ହିନ୍ଦୀ) – ୬ଟି ପଦ
  • ଅଫିସ୍‌ ସୁପରିନ୍‌ଟେଣ୍ଡେଟ୍‌- ୨୩ଟି ପଦ
  • ଫାର୍ମାସିଷ୍ଟ- ୧୫ଟି ପଦ
  • ଲିଗାଲ୍‌ ଆସିଷ୍ଟାଣ୍ଟ- ୪ଟି ପଦ
  • ମ୍ୟାନେଜର୍‌ (ପବ୍ଲିକ୍‌ ରିଲେଶନ୍‌) – ଗୋଟିଏ ପଦ
  • ଜୁନିଅର୍‌ ଟେଲିଫୋନ୍‌ ଅପରେଟର୍‌- ୧୦ଟି ପଦ
  • ଜୁନିଅର୍‌ କ୍ଲର୍କ- ୨୫୪ଟି ପଦ
  • ଡ୍ରାଫ୍ଟ୍‌ସ୍‌ ମ୍ୟାନ୍‌- ୨ଟି ପଦ
  • ହିନ୍ଦୀ ଟ୍ରାନ୍ସଲେଟର୍‌ କମ୍‌ ଆସିଷ୍ଟାଣ୍ଟ- ୨ଟି ପଦ
  • ଲେବର୍‌ ଓ୍ଵେଲ୍‌ଫେୟାର୍‌ ଇନ୍‌ସ୍ପେକ୍ଚର- ୪ଟି ପଦ
  • ଏକାଉନ୍‌ଟାଣ୍ଟ- ୧୮ଟି ପଦ
  • ଲାବୋରେଟୋରୀ ଆସିଷ୍ଟାଣ୍ଟ (ବାୟୋଲୋଜି) – ୧୦ଟି ପଦ

ସଂରକ୍ଷିତ ବର୍ଗଙ୍କ ପାଇଁ ଏଥିମଧ୍ୟରୁ କିଛି ପଦବୀ ରଖାଯାଇଥିବା ବେଳେ ବୟସ ସୀମା ମଧ୍ୟ କୋହଳ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତାବୟସ ସୀମା  ଦରମା

ଷ୍ଟୋର୍‌ କିପର୍‌:

ଶିକ୍ଷାଗତ ଯୋଗ୍ୟତା- ସ୍ନାତକ ଡିଗ୍ରୀ ହାସଲ କରିଥିବା ତଥା ଡିପ୍ଲୋମା ସହ ଯେକୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ୨ ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୧୮ରୁ ୨୭ ବର୍ଷ

ଦରମା- ୫,୨୦୦ରୁ ୨୦,୨୦୦ ଟଙ୍କା (ଗ୍ରେଡ୍‌ ପେ’-୨୮୦୦)

ସେକ୍ସନ୍‌ ଅଫିସର୍‌ (ହର୍ଟିକଲ୍ଚର୍‌):

ଶିକ୍ଷାଗତ ଯୋଗ୍ୟତା- ଏଗ୍ରିକଲ୍‌ଚର୍‌ କିମ୍ବା ସାଇନ୍ସରେ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୩୦ ବର୍ଷରୁ କମ୍‌

ଦରମା- ୯,୩୦୦ ରୁ ୩୪,୮୦୦ ଟଙ୍କା (ଗ୍ରେଡ୍‌ ପେ’- ୪୨୦୦ ଟଙ୍କା)

ଆସିଷ୍ଟାଣ୍ଟ ଇଞ୍ଜିନିୟର (ସିଭିଲ୍‌):

ଶିକ୍ଷାଗତ ଯୋଗ୍ୟତା- ସିଭିଲ୍‌ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୩୦ ବର୍ଷରୁ କମ୍‌

ଦରମା- ୯,୩୦୦ ରୁ ୩୪,୮୦୦ ଟଙ୍କା (ଗ୍ରେଡ୍‌ ପେ’- ୪୬୦୦ ଟଙ୍କା)

ଭେଟେରନାରୀ ଲାଇଭ୍ଷ୍ଟକ ଇନ୍ସ୍ପେକ୍ଟର:

ଶିକ୍ଷାଗତ ଯୋଗ୍ୟତା- ଯେକୌଣସି ବିଭାଗରେ ଦ୍ଵାଦଶ ପାସ୍‌ କରିଥିବା ପ୍ରାର୍ଥୀ, ଭେଟେରିନାରୀ ଏବଂ ଆନିମଲ୍‌ ହଜ୍‌ବ୍ୟାଣ୍ଡ୍ରି ସାଇନ୍ସ୍‌ରେ ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୧୮ରୁ ୨୭ ବର୍ଷ

ଦରମା- ୫,୨୦୦ ରୁ ୨୦,୨୦୦ ଟଙ୍କା (ଗ୍ରେଡ୍‌ ପେ’- ୨୪୦୦ ଟଙ୍କା)

Employment

ଇନ୍ଭେଷ୍ଟିଗେଟର୍‌:

ଶିକ୍ଷାଗତ ଯୋଗ୍ୟତା- ମ୍ୟାଟ୍ରିକ ଯାଏଁ ପଢ଼ିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୨୭ ରୁ କମ୍‌ ବୟସ୍କ ପ୍ରାର୍ଥୀ

ଦରମା- ୫,୨୦୦ ରୁ ୨୦,୨୦୦ ଟଙ୍କା (ଗ୍ରେଡ୍‌ ପେ’- ୧୯୦୦ ଟଙ୍କା)

ଷ୍ଟେନୋଗ୍ରାଫର (ଇଂରାଜୀ):

ଶିକ୍ଷାଗତ ଯୋଗ୍ୟତା- ମ୍ୟାଟ୍ରିକ ଯାଏଁ ପଢ଼ିଥିବା ସହ ମିନିଟ୍‌ ପିଛା ଇଂରାଜୀରେ ୧୦୦/୪୦ ଶବ୍ଦ ଟାଇପ୍‌ କରିପାରୁଥିବା ଆବଶ୍ୟକ।

ବୟସ ସୀମା- ୧୮ରୁ ୩୫ ବର୍ଷ ବୟସ୍କ ପ୍ରାର୍ଥୀ

ଦରମା- ୫,୨୦୦ ରୁ ୨୦,୨୦୦ ଟଙ୍କା (ଗ୍ରେଡ୍‌ ପେ’- ୨୮୦୦ ଟଙ୍କା)

ଷ୍ଟେନୋଗ୍ରାଫର (ହିନ୍ଦୀ):

ଶିକ୍ଷାଗତ ଯୋଗ୍ୟତା- ମ୍ୟାଟ୍ରିକ ଯାଏଁ ପଢ଼ିଥିବା ସହ ମିନିଟ୍‌ ପିଛା ହିନ୍ଦୀ ରେ ୮୦/୩୦ ଶବ୍ଦ ଟାଇପ୍‌ କରିପାରୁଥିବା ଆବଶ୍ୟକ।

ବୟସ ସୀମା- ୧୮ରୁ ୩୫ ବର୍ଷ ବୟସ୍କ ପ୍ରାର୍ଥୀ

ଦରମା- ୫,୨୦୦ ରୁ ୨୦,୨୦୦ ଟଙ୍କା (ଗ୍ରେଡ୍‌ ପେ’- ୨୮୦୦ ଟଙ୍କା)

ଅଫିସ୍‌ ସୁପରିଟେଣ୍ଡେଟ୍‌:

ଶିକ୍ଷାଗତ ଯୋଗ୍ୟତା- ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।

ବୟସ ସୀମା- ୧୮ରୁ ୩୫ ବର୍ଷ ବୟସ୍କ ପ୍ରାର୍ଥୀ

ଦରମା- ୯,୩୦୦ରୁ ୩୪,୮୦୦ ଟଙ୍କା (ଗ୍ରେଡ୍‌ ପେ’- ୪୨୦୦ ଟଙ୍କା)

ଫାର୍ମାସିଷ୍ଟ:

ଶିକ୍ଷାଗତ ଯୋଗ୍ୟତା- ମ୍ୟାଟ୍ରିକ ଯାଏଁ ପଢ଼ିଥିବା ସହ ଫାର୍ମାସିରେ ଡିପ୍ଲୋମା କରିବା ସହ ୨ ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏହା ବ୍ୟତୀତ ଫାର୍ମାସିରେ ସ୍ନାତକ ତଥା ସ୍ନାତକୋତ୍ତର କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।

ବୟସ ସୀମା- ୧୮ରୁ ୩୫ ବର୍ଷ ବୟସ୍କ ପ୍ରାର୍ଥୀ

ଦରମା- ୯,୩୦୦ରୁ ୩୪,୮୦୦ ଟଙ୍କା (ଗ୍ରେଡ୍‌ ପେ’- ୪୨୦୦ ଟଙ୍କା)

ଲିଗାଲ୍‌ ଆସିଷ୍ଟାଣ୍ଟ:

ଶିକ୍ଷାଗତ ଯୋଗ୍ୟତା- ଆର୍ଟସ୍‌ରେ ସ୍ନାତକ କରିଥିବା ତଥା ଏଲ୍‌ଏଲ୍‌ବି ସହ ଓକିଲ ଭାବେ ଅତି କମ୍‌ରେ ଗୋଟିଏ ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୧୮ରୁ ୩୫ ବର୍ଷ ବୟସ୍କ ପ୍ରାର୍ଥୀ

ଦରମା- ୫,୨୦୦ରୁ ୨୦,୨୦୦ ଟଙ୍କା (ଗ୍ରେଡ୍‌ ପେ’- ୨୮୦୦ ଟଙ୍କା)

ମ୍ୟାନେଜର୍‌ (ପବ୍ଲିକ୍‌ ରିଲେସନ୍‌):

ଶିକ୍ଷାଗତ ଯୋଗ୍ୟତା- ଆର୍ଟସ୍‌ରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର କରିଥିବା ତଥା ଏମ୍‌ବିଏ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୩୫ ବର୍ଷରୁ କମ୍‌ ବୟସ୍କ ପ୍ରାର୍ଥୀ

ଦରମା- ୯,୩୦୦ରୁ ୩୪,୮୦୦ ଟଙ୍କା (ଗ୍ରେଡ୍‌ ପେ’- ୪୬୦୦ ଟଙ୍କା)

Odishalive recruitment

ଜୁନିୟର୍‌ ଟେଲିଫୋନ୍‌ ଅପରେଟର୍‌:

ଶିକ୍ଷାଗତ ଯୋଗ୍ୟତା- ମ୍ୟାଟ୍ରିକ ଯାଏଁ ପଢ଼ିଥିବା ସହ ରେଡିଓ ମେକାନିକ୍‌ରେ ସାର୍ଟିଫିକେଟ୍‌ ପ୍ରାପ୍ତ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୧୮ରୁ ୩୫ ବର୍ଷ ବୟସ୍କ ପ୍ରାର୍ଥୀ

ଦରମା- ୫,୨୦୦ ରୁ ୨୦,୨୦୦ ଟଙ୍କା (ଗ୍ରେଡ୍‌ ପେ’- ୧୯୦୦ ଟଙ୍କା)

ଜୁନିଅର୍‌ କ୍ଲର୍କ:

ଶିକ୍ଷାଗତ ଯୋଗ୍ୟତା- +୨ ପାସ୍‌ କରିବା ସହ ମିନିଟ୍‌ ପିଛା ୩୦ଟି ଇଂରାଜୀ ଶବ୍ଦ କିମ୍ବା ୨୫ଟି ହିନ୍ଦୀ ଶବ୍ଦ ଟାଇପ୍‌ କରିପାରୁଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୧୮ରୁ ୩୫ ବର୍ଷ ବୟସ୍କ ପ୍ରାର୍ଥୀ

ଦରମା- ୫,୨୦୦ ରୁ ୨୦,୨୦୦ ଟଙ୍କା (ଗ୍ରେଡ୍‌ ପେ’- ୨୦୦୦ ଟଙ୍କା)

ଡ୍ରାଫ୍ଟ୍ସ୍‌ ମ୍ୟାନ୍‌:

ଶିକ୍ଷାଗତ ଯୋଗ୍ୟତା- ମ୍ୟାଟ୍ରିକ ପାସ୍‌ କରି ଡିପ୍ଲୋମା କରଥିବା ତଥା ଡ୍ରାଫ୍ଟମ୍ୟାନ୍‌ସିପ୍‌ (ସିଭିଲ୍‌) ରେ ସାର୍ଟିଫିକେଟ ହାସିଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୧୮ରୁ ୩୫ ବର୍ଷ ବୟସ୍କ ପ୍ରାର୍ଥୀ

ଦରମା- ୫,୨୦୦ ରୁ ୨୦,୨୦୦ ଟଙ୍କା (ଗ୍ରେଡ୍‌ ପେ’- ୨୦୦୦ ଟଙ୍କା)

ହିନ୍ଦୀ ଟ୍ରାନ୍ସଲେଟର୍‌ କମ୍‌ ଆସିଷ୍ଟାଣ୍ଟ:

ଶିକ୍ଷାଗତ ଯୋଗ୍ୟତା- ସ୍ନାତକ ଡିଗ୍ରୀ ସହ ଏହି ପଦବୀରେ ୩ ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥମାନେ ଆବେଦନ କରିପାରିବେ। ଏହା ବ୍ୟତୀତ ହିନ୍ଦୀ, ଉର୍ଦ୍ଦୁ ଓ ଇଂରାଜୀ ଭାଷାରେ ଦକ୍ଷତା ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୧୮ରୁ ୩୫ ବର୍ଷ ବୟସ୍କ ପ୍ରାର୍ଥୀ

ଦରମା- ୫,୨୦୦ ରୁ ୨୦,୨୦୦ ଟଙ୍କା (ଗ୍ରେଡ୍‌ ପେ’- ୨୮୦୦ ଟଙ୍କା)

ଲେବର୍‌ ଓ୍ଵେଲ୍ଫେୟାର୍‌ ଇନ୍ସ୍ପେକ୍ଟର:

ଶିକ୍ଷାଗତ ଯୋଗ୍ୟତା- ସୋସିଆଲ୍‌ ସାଇନ୍ସରେ ସ୍ନାତକ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୧୮ରୁ ୩୫ ବର୍ଷ ବୟସ୍କ ପ୍ରାର୍ଥୀ

ଦରମା- ୫,୨୦୦ ରୁ ୨୦,୨୦୦ ଟଙ୍କା (ଗ୍ରେଡ୍‌ ପେ’- ୨୮୦୦ ଟଙ୍କା)

ଏକାଉନ୍ଟାଣ୍ଟ:

ଶିକ୍ଷାଗତ ଯୋଗ୍ୟତା- ବାଣିଜ୍ୟରେ ସ୍ନାତକ ଜିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୩୫ରୁ କମ୍‌ ବର୍ଷ ବୟସ୍କ ପ୍ରାର୍ଥୀ

ଦରମା- ୯,୩୦୦ ରୁ ୩୪,୮୦୦ ଟଙ୍କା (ଗ୍ରେଡ୍‌ ପେ’- ୪୨୦୦ ଟଙ୍କା)

ଲାବୋରେଟୋରୀ ଆସିଷ୍ଟାଣ୍ଟ (ବାୟୋଲୋଜି):

ଶିକ୍ଷାଗତ ଯୋଗ୍ୟତା- ବଟାନୀ/ଜୁଲୋଜୀ/ଆନ୍ଥ୍ରୋପୋଲୋଜୀ/ହ୍ୟୁମାନ୍‌ ବାୟୋଲୋଜୀ/ବାୟୋ କେମେଷ୍ଟ୍ରି/ମଲେକୁଲାର ବାୟୋଲୋଜୀ/ଫରେନ୍‌ସିକ୍‌ ସାଇନ୍ସ ଆଦିରେ ସ୍ନାତକୋତ୍ତର କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା- ୧୮ରୁ ୨୭ରୁ ବର୍ଷ ବୟସ୍କ ପ୍ରାର୍ଥୀ

ଦରମା- ୫,୨୦୦ ରୁ ୨୦,୨୦୦ ଟଙ୍କା (ଗ୍ରେଡ୍‌ ପେ’- ୨୪୦୦ ଟଙ୍କା)

ଆବେଦନ ପ୍ରକ୍ରିୟା

ଇଚ୍ଛୁକ ପ୍ରାର୍ଥୀମାନେ DSSSBର ଓ୍ଵେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ସେଠାରେ ଆବେଦନପତ୍ର ପୂରଣ କରିବା ସହ ଆବଶ୍ୟକୀୟ କାଗଜପତ୍ର, ପ୍ରମାଣପତ୍ର ଆଦିକୁ ଦାଖଲ କରିବେ।

ଆବେଦନ ଶୁଳ୍କ– ୧୦୦ ଟଙ୍କା (ଏସ୍‌ସି/ଏସ୍‌ଟି/ଭିନ୍ନକ୍ଷମ/ମହିଳାଙ୍କ ପାଇଁ କୌଣସି ଶୁଳ୍କ ନାହିଁ)

ଏହି ପଦବୀ ସମ୍ବନ୍ଧିତ ଯେକୌଣସି ତଥ୍ୟ ପାଇଁ www.dsssb.delhi.gov.in ଓ୍ଵେବ୍‌ସାଇଟ୍‌ ଲଗ୍‌ଅନ୍‌ କରନ୍ତୁ।

Comment