ଓଡ଼ିଶାଲାଇଭ୍ ବ୍ୟୁରୋ

ଚାକିରିରେ ଥାଇ କୌଣସି ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହେଲେ ତାଙ୍କ ବିବାହିତ ଝିଅ ବି ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ। ଏହିଭଳି ଐତିହାସିକ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।

ଏହା ପୂର୍ବରୁ କେବଳ ପୁଅ କିମ୍ବା ଅବିବାହିତ ଝିଅଙ୍କୁ ଏହି ସୁଯୋଗ ମିଳୁଥିଲା। ବିବାହିତ ଝିଅଙ୍କ ନିଯୁକ୍ତିକୁ ନେଇ ସରକାରୀ ନୀତିରେ ରହିଥିବା ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ବିବାହିତ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆ ନଯିବା ଏକ ମନମୁଖୀ ନିଷ୍ପତ୍ତି।

ଏହା ସମ୍ବିଧାନର ଧାରା ୧୪, ୧୫ ଏବଂ ୧୬(୨)ର ଉଲ୍ଲଂଘନ କରୁଛି ବୋଲି ଉଲ୍ଲେଖ କରି ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ବିବାହିତ ଝିଅଙ୍କ ନାଁ ବିଚାରକୁ ନିଆନଯିବା ନୀତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହା ସହିତ ଥଇଥାନା ଯୋଜନାରେ ଅନାବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବାସନ୍ତୀ ନାୟକ ନାମକ ଜଣେ ଆବେଦନକାରୀଙ୍କ ମାମଲାର ବିଚାର କରି ଏହି ରାୟ ପ୍ରଦାନ କରିଛନ୍ତି।

Tags: #HighCourt #OdishaHighCourt #MarriedDaughter #GovtJob #Compassionate

Comment