ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବୀନ ନିବାସରେ ଆରମ୍ଭ ହୋଇଛି ବିଜେଡି ସଂସଦୀୟ ଦଳ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ଏହି ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ସମସ୍ତ ସାଂସଦ ଉପସ୍ଥିତ ରହିଛନ୍ତି।

ଜାନୁଆରି ୩୧ରୁ ସଂସଦ ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ଏଥିରେ ବିଜେଡିର ରଣନୀତି କ’ଣ ରହିବ ସେନେଇ ଏହି ବୈଠକରେ ଆଲୋଚନା ହେବ। ଦଳୀୟ ସାଂସଦଙ୍କୁ ନେଇ ରଣନୀତି ତିଆରି କରିବେ ନବୀନ ପଟ୍ଟନାୟକ।

ଏଥର ବଜେଟ ଅଧିବେଶନରେ ବିଜେଡି ଆୟୁଷ୍ମାନ ଭାରତ, ସିଏଏ, ଏନଆରସି, ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଅନୁଦାନ ବୃଦ୍ଧି, ଚାଷୀଙ୍କ ସମସ୍ୟା ପ୍ରସଙ୍ଗ ଉଠାଇପାରେ। ଜାନୁଆରି ୩୧ରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହି ଅଧିବେଶନ ୨ଟି ପର୍ଯ୍ୟାୟରେ ହେବ।

LEAVE A REPLY

Please enter your comment!
Please enter your name here