ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତୁ ଜାଣିବା ଟେଷ୍ଟି ଗ୍ରୀନ୍ ମଟର ପରଟା ବନାଇବାର ପ୍ରଣାଳୀ ସମ୍ପର୍କରେ

ଆବଶ୍ୟକୀୟ ସାମଗ୍ରୀ  ୧ କପ୍‌ ଗ୍ରୀନ୍‌ ମଟର, ୨ କପ୍‌ ଅଟା, ୨ଟି ସିଝାଆଳୁ, ୧ଟି ପିଆଜ, ୨ ଚାମଚ ବଟା ଅଦା ଓ ରସୁଣ, ୧ ଚାମଚ ବଟାଲଙ୍କା, ୧ ଛୋଟ ଚାମଚ ବଟା ଗରମ ମସଲା, ୪ ଚାମଚ ଘିଅ, ସ୍ୱାଦ ଅନୁଯାୟୀ ଲୁଣ ଓ ହଳଦୀ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ  ପ୍ରଥମେ ଗ୍ରୀନ୍‌ ମଟରକୁ ଭଲ ଭାବରେ ସିଝାଇ ଦିଅନ୍ତୁ। ଗ୍ରୀନ୍ ମଟର ସିଝିଗଲା ପରେ ଏହାକୁ ଏକ ପାତ୍ରକୁ ନେଇ ସେଥିରେ ଆଳୁ, ବଟା ପିଆଜ, ବଟା ଅଦା, ବଟା ରସୁଣ, ଗୁଣ୍ଡଲଙ୍କା, ଗରମ ମସଲା ଓ ଲୁଣ ଏକାଠି ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ଅଟାକୁ ଚକଟି ରୁଟି ଗୁଳା ପରି କରି ତା’ମଝିରେ ମିଶ୍ରଣକୁ ଦେଇ ମୁହଁକୁ ବନ୍ଦ କରି ଦିଅନ୍ତୁ। ଏହାକୁ ଧୀରେ ଧୀରେ ବେଲନ୍ତୁ। ତାୱାରେ ଅଳ୍ପ ଘିଅ ଗରମ କରି ଗ୍ରୀନ୍‌ ମଟର ପରଟାକୁ ଭଲଭାବେ ସେକନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଗରମାଗରମ ଗ୍ରୀନ୍‌ ମଟର ପରଟା।

Comment