ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ୍‌ରେ ଗୋଟିଏ ଲ’ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ଜାନୁଆରି ୩୧ ତାରିଖ ଯାଏଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:

ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆଇନ୍‌ରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏଥିସହିତ ହାଇକୋର୍ଟ କିମ୍ବା ନିମ୍ନ ଅଦାଲତରେ ୫ ବର୍ଷ ଓକିଲ କିମ୍ବା ଆଇନ୍‌ ଅଫିସରର ଅଭିଜ୍ଞତା ଥିବ। ସେହିପରି ଓଡ଼ିଆ ବିଷୟ ନେଇ ସର୍ବନିମ୍ନ ମଧ୍ୟମା ପର୍ଯ୍ୟନ୍ତ ପାଠ ପଢ଼ିଥିବେ।

ବୟସ:

  • ୩୭ ବର୍ଷରୁ ଅଧିକ ହୋଇ ନଥିବ।
  • ସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ନିୟମ ଅନୁଯାୟୀ ବୟସ ସୀମା କୋହଳ କରାଯିବ।

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର

ଦରମା:

୫୬,୧୦୦ ଟଙ୍କା (ଲେବୁଲ୍-୧୨)

ଆପ୍ଲିକେସନ୍ ଫର୍ମ ୱେବସାଇଟ୍‌ରୁ ଡାଉନଲୋଡ୍ କରିବା ପରେ, ଇଂରାଜୀ ଭାଷାରେ ଏହାକୁ ପୂରଣ କରିବାକୁ ହେବ। ଡାକ ଯୋଗେ ଏହାକୁ ନିମ୍ନଲିଖିତ ଠିକଣାରେ ପଠାଇଦେବେ। ପଦବୀ ସଂପର୍କିତ ସବିଶେଷ ତଥ୍ୟ www.odishalift.co.in ରେ ଲଗଅନ୍ କରି ଆଗ୍ରହୀ ପ୍ରାର୍ଥୀ ଜାଣିପାରିବେ।

ଠିକଣା:  ଏକଜିକ୍ୟୁଟିଭ୍ ଡାଇରେକ୍ଟର, ଓଡିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ୍ ଲମିଟେଡ, ଭୁବନେଶ୍ୱର।

Comment