ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମ ଦୋଷୀଙ୍କୁ ଆଉ ୨ ଦିନ ପରେ ଦିଆଯିବ ଫାଶୀ। ସେଥିପାଇଁ ତିହାର ଜେଲରେ ବି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଅନ୍ୟପକ୍ଷରେ ଫାଶୀରୁ ବଞ୍ଚିବା ପାଇଁ ପ୍ରୟାସ କରୁଛନ୍ତି ଦୋଷୀ। ହେଲେ ଫୋବ୍ରୁଆରି ୧ ତାରିଖରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯିବା ନେଇ ଶୁଣାଣି ହୋଇସାରିଛି।

ରାଷ୍ଟ୍ରପତିଙ୍କ ଦ୍ଵାରା ଦୋଷୀ ମୁକେଶର ରାଜକ୍ଷମା ଖାରଜ ହେବା ପରେ ଏବେ ନ୍ୟାୟିକ ଶୁଣାଣି ପାଇଁ ଆବେଦନ କରିଛି ମୁକେଶ। ସୁପ୍ରିମ୍‌କୋର୍ଟ ମଧ୍ୟ ଶୁଣାଣି ପାଇଁ ରାଜି ହୋଇଛନ୍ତି। ପାଶୀ ପାଇଁ ଆଉ ଦୁଇ ଦିନ ଥିବାରୁ ଏହାର ତୁରନ୍ତ ଶୁଣାଣି କରାଯିବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି।

ପୂର୍ବରୁ ସମସ୍ତ ଦୋଷୀଙ୍କୁ ଜାନୁଆରି ୨୨ ତାରିଖରେ ଫାଶି ଦିଆଯିବ ବୋଲି ଶୁଣାଣି ହୋଇଥିଲା। ହେଲେ ପଟିୟାଲା ହାଉସକୋର୍ଟ ଏହାର ପୁନଃଶୁଣାଣି କରି ଫେବ୍ରୁଆରି ୧ ତାରିଖରେ ଫାଶି ହେବ ବୋଲି ଶୁଣାଣି କରିଥିଲେ।

Comment