ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୩୧ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ପ୍ରଥମ ଦିନ ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନରେ ନିଜର ବକ୍ତବ୍ୟ ରଖିବେ। ଏହାପରେ ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟ୍ ଉପସ୍ଥାପନ କରିବେ।

ଏହାପରେ ମାର୍ଚ୍ଚ ୨ରୁ ଏପ୍ରିଲ ୩ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ହେବ। ଫେବ୍ରୁଆରି ୧ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦୃଷ୍ଟିରୁ ଏହି ବଜେଟ ଅଧିବେଶନ କେନ୍ଦ୍ର ପାଇଁ ବେଶ୍‌ ଚାଲେଞ୍ଜ ପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି।

Comment