ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବସକୁ ପଛପଟୁ ପିଟିଲା ବସ। ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ୩ ଗୁରୁତର। ଗୁରୁତରମାନଙ୍କୁ ପୁରୀ ସ୍ଥାନାନ୍ତର କରାଯାଇଥିଲା ବେଳେ ଆହତମାନଙ୍କୁ କୋଣାର୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୁରୁବାର ପ୍ରାୟ ୧୨ଟା ସମୟରେ ‘ସାଇରାମ’ ନାମକ ଏକ ଟୁରିଷ୍ଟ ବସ୍‌ ଚିତ୍ରୋତ୍ପଳା ବଣିକ ସଂଘର ସଦସ୍ୟଙ୍କୁ ନେଇ କୋଣାର୍କରୁ ପୁରୀ ଯାଉଥିଲା। ଏହି ସମୟରେ ଶୋଳପୁଅ ମା’ ନାମକ ଏକ ଯାତ୍ରୀବାହୀ ବସ୍‌ ଟୁରିଷ୍ଟ ବସ୍‌କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

ବସ୍‌ ଧକ୍କା କରି ଶୋଳପୁଅ ମା’ ବସ୍‌ର ଡ୍ରାଇଭର ଫେରାର୍‌ ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକ କାବୁ କରିଥିଲେ। ଅନ୍ୟପକ୍ଷରେ ଘଟଣାସ୍ଥାଳରେ ପୋଲିସ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି।

Comment