ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ କୋରୋନା ଭାଇରସ୍‌ ଭୟ। କୋରୋନା ସଂକ୍ରମଣ ଆଶଙ୍କାରେ ଚୀନ୍‌, ହଂକଂରୁ ଆସୁଥିବା ୭ଟି ଜାହାଜ ଉପରେ କଟକଣା ଲାଗିଛି। ଏହି କଟକଣା ପାରାଦୀପ ବନ୍ଦର ପକ୍ଷରୁ ଲାଗୁ ହୋଇଛି। ମାଲ୍‌ ଖଲାସ ପାଇଁ ଅନୁମତି ଥିଲେ ବି କ୍ରିଉଙ୍କୁ ଜାହଜରୁ ଓହ୍ଲାଇବାକୁ ମନା କରାଯାଇଛି।

୭ଟି ଜାହାଜର କ୍ରିଉ ମେମ୍ଵର ସ୍ଥଳଭାଗ ନଛୁଇଁବା ପାଇଁ କଟକଣା ଲାଗୁ ହୋଇଛି। ସମସ୍ତ ମେମ୍ଵର ଜାହାଜରେ ହିଁ ରହିବେ। ହେଲେ ମାଲ୍‌ ଖଲାସ ଉପରେ କୌଣସି କଟକଣା ଲାଗୁ ହୋଇନାହିଁ।

କୋରୋନା ପାଇଁ ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଥିଲା। ଏହି ଭାଇରସ୍‌କୁ ରୋକିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏନେଇ ସରକାର ଲୋକମାନଙ୍କୁ ସଚେତନ ମଧ୍ୟ କରାଉଛନ୍ତି।

ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସ୍‌ ଯୋଗୁଁ ଚୀନ୍‌ରେ ୨୧୨ ଜଣଙ୍କ ମୃତ୍ୟୁ ହୋଇ ଥିବା ବେଳେ ୭ ହଜାର ୭୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଭାରତରେ କେରଳରୁ ପ୍ରଥମ ରୋଗୀ ଚିହ୍ନଟ ହୋଇଛି। ଶୁକ୍ରବାର ଓଡ଼ିଶାରେ ମଧ୍ୟ ଜଣେ ଡାକ୍ତରୀ ଛାତ୍ରଙ୍କୁ କୋରୋନା ଭାଇରସ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି।

Comment