ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ବିରୋଧ ନାଁରେ ହିଂସା ଦେଶକୁ ଓ ସମାଜକୁ ଦୁର୍ବଳ କରେ। ଗଣତନ୍ତ୍ରରେ ଚର୍ଚ୍ଚା ଜରୁରୀ କିନ୍ତୁ ହିଂସା ନୁହେଁ। ଭାରତ ଏବେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛି। ଏହି ସମୟ ନୂଆ ଭାରତ ନିର୍ମାଣ ଗୁରୁତ୍ୱପୂର୍ଣ୍ଣ’’, କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆଜି ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ସେଣ୍ଟ୍ରାଲ ହଲରେ ଉଭୟ ଗୃହର ସଦସ୍ୟଙ୍କୁ ରାଷ୍ଟ୍ରପତି ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ ପ୍ରସଙ୍ଗରେ ନିଜର ଅଭିଭାଷଣ ରଖିଛନ୍ତି।

‘‘ନାଗରିକତା ସଂଶୋଧନ ଆଇନ ଦୀର୍ଘ ଦିନର ସ୍ୱପ୍ନ କରିଛି। ଏହା ଗାନ୍ଧୀଜୀଙ୍କର ସ୍ୱପ୍ନ ଥିଲା। ଏହାକୁ ବିରୋଧ କରି ଯେଉଁ ହିଂସା ହେଉଛି ତାହା ଦେଶ ଓ ଗଣତନ୍ତ୍ରକୁ ଦୁର୍ବଳ କରିଛି’’, କହିଛନ୍ତି ରାଷ୍ଟ୍ରପତି।

ସେ ଆହୁରି ମଧ୍ୟ କହିଛନ୍ତି,‘‘ ଆମ ସମ୍ବିଧାନ ଦେଶବାସୀଙ୍କ ଆଶା, ଆକାଂକ୍ଷାକୁ ପୂରଣ କରୁଛି । ଅନୁଚ୍ଛେଦ ୩୭୦ ଏବଂ ୩୫ ଏ  ଉଚ୍ଛେଦ କେବଳ ଐତିହାସିକ ପଦକ୍ଷେପ ନୁହେଁ ଏହା  ଜମ୍ମୁ କଶ୍ମୀର ଓ ଲଦାଖର ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରିଛି। ଜମ୍ମୁ କଶ୍ମୀର ଏବେ ବିକାଶ ପଥରେ ଆଗେଇ ଚାଲିଛି।’’

ଆମ ସରକାର, ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ବୋଲି ମନ୍ତ୍ର ଅନୁସାରେ ପୂରା ନିଷ୍ଠାର ସହ କାମ କରି ଚାଲିଛି । ନର୍ଥଇଷ୍ଟର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଇ କାମ କରୁଛନ୍ତି। ମଣିପୁରରେ ସ୍ପୋର୍ଟସ ବିଶ୍ୱବିଦ୍ୟାଳୟ, ଗୌହାଟୀରେ ଏମ୍ସ ପ୍ରତିଷ୍ଠା ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।

Comment